ପୁଣି ମୋଦୀଙ୍କୁ ରାହୁଲ କହିଲେ ଦୁର୍ବଳ ପ୍ରଧାନମନ୍ତ୍ରୀ,  ଆମେରିକାର ଭିସା ଫି ବୃଦ୍ଧି ପରେ ରାହୁଲଙ୍କ ଟାର୍ଗେଟ୍

ବିଦେଶରେ ରକ୍ଷା କରିପାରୁନାହାନ୍ତି ଭାରତୀୟଙ୍କ ସ୍ବାର୍ଥ । କହିଲେ, ଶୀଘ୍ର ଫୁଟାଇବେ ହାଇଡ୍ରୋଜେନ୍‌ ବୋମା

ପୁଣି ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ପୁଣି ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍ Photograph: (KanakNews)

କନକ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ସମାଲୋଚନା କରିଛନ୍ତି । ଏଚ୍-ୱାନ ବି  ଭିସା ଫି’କୁ ଆମେରିକା ୧ ଲକ୍ଷ ଡଲାର ବା ୮୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପରେ ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ମୋଦୀ ବିଦେଶରେ ଭାରତୀୟଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବା କହିଛନ୍ତି ରାହୁଲ ।

ପୂର୍ବରୁ ମଧ୍ୟ ମୋଦୀଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ରାହୁଲ୍ କହିଥିଲେ ।  ପୁଣି ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ପ୍ରମାଣ ନଥାଇ ସେ କିଛି କହନ୍ତି ନାହିଁ । ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ କମିସନ, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ଆହୁରି ଅଧିକ ପ୍ରମାଣ ରଖିଛନ୍ତି ଓ ଖୁବଶୀଘ୍ର ଏହି ହାଇଡ୍ରୋଜେନ୍ ବୋମା ବିସ୍ଫୋରଣ କରିବେ ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe