କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ସମାଲୋଚନା କରିଛନ୍ତି । ଏଚ୍-ୱାନ ବି ଭିସା ଫି’କୁ ଆମେରିକା ୧ ଲକ୍ଷ ଡଲାର ବା ୮୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପରେ ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ମୋଦୀ ବିଦେଶରେ ଭାରତୀୟଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବା କହିଛନ୍ତି ରାହୁଲ ।
ପୂର୍ବରୁ ମଧ୍ୟ ମୋଦୀଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ରାହୁଲ୍ କହିଥିଲେ । ପୁଣି ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ପ୍ରମାଣ ନଥାଇ ସେ କିଛି କହନ୍ତି ନାହିଁ । ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ କମିସନ, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ଆହୁରି ଅଧିକ ପ୍ରମାଣ ରଖିଛନ୍ତି ଓ ଖୁବଶୀଘ୍ର ଏହି ହାଇଡ୍ରୋଜେନ୍ ବୋମା ବିସ୍ଫୋରଣ କରିବେ ।