ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର (୨୫ ଫେବ୍ରୁଆରି, ୨୦୨୬) ଦିନ ଇସ୍ରାଏଲ ଗସ୍ତରେ ଯାଉଛନ୍ତି । କଂଗ୍ରେସ ଦଳ ତାଙ୍କ ଗସ୍ତକୁ ବିରୋଧ କରି ଅଭିଯୋଗ କରିଛି ଯେ ମୋଦୀ ସରକାର ପାଲେଷ୍ଟାଇନମାନଙ୍କୁ ପରିତ୍ୟାଗ କରିଛନ୍ତି । କିନ୍ତୁ ଭାରତ ପାଲେଷ୍ଟାଇନକୁ ମାନ୍ୟତା ଦେଇଥିବା ପ୍ରଥମ ଦେଶମାନଙ୍କ ମଧ୍ୟରେ ଥିଲା । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ବିତୀୟ ଇସ୍ରାଏଲ ଗସ୍ତ ଯାହା ୯ ବର୍ଷ ପରେ ହେଉଛି । କଂଗ୍ରେସ ସାଂସଦ ତଥା ଦଳର ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବା ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଇସ୍ରାଏଲ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ୍ରେ ପାଲେଷ୍ଟାଇନୀମାନଙ୍କୁ ବିତାଡ଼ିତ ଓ ବିସ୍ଥାପିତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯାହାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ଇସ୍ରାଏଲ ଗାଜାରେ ବର୍ବର ଆକ୍ରମଣ କରୁଛି। ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ ଯୋଜନା କରୁଛନ୍ତି। ଏହା ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇସ୍ରାଏଲ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଏକ ଉଷ୍ମ ସାକ୍ଷାତ କରିବେ। ନେତାନ୍ୟାହୁ ନିଜେ ଗମ୍ଭୀର ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି, ସେଠାକାର ବିରୋଧୀ ଦଳ ମଧ୍ୟ ଇସ୍ରାଏଲୀ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି।
ପାଲେଷ୍ଟାଇନଙ୍କ କଥା ଆସିଲେ ମୋଦୀ ସରକାର ଖାଲି ଦାବି କରନ୍ତି । ସତ୍ୟ କଥା ହେଉଛି, ମୋଦୀ ସରକାର ପାଲେଷ୍ଟାଇନବାସୀଙ୍କୁ ପରିତ୍ୟାଗ କରିଛନ୍ତି। ସରକାର ଭୁଲିଯାଇଛନ୍ତି ଯେ, ଭାରତ ୧୮ ନଭେମ୍ବର ୧୯୮୮ରେ ପାଲେଷ୍ଟାଇନ ରାଷ୍ଟ୍ରକୁ ମାନ୍ୟତା ଦେଇଥିବା ପ୍ରଥମ ଦେଶମାନଙ୍କ ମଧ୍ୟରେ ଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ନେଇ ଇସ୍ରାଏଲର ଘରୋଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଇସ୍ରାଏଲୀ ବିରୋଧୀ ଦଳ ଦାବି କରୁଛନ୍ତି, ଯଦି ଇସ୍ରାଏଲୀ ସଂସଦରେ ଭାରତୀୟ ନେତାଙ୍କ ଅଭିଭାଷଣକୁ ପ୍ରୋଟୋକଲ ଅନୁଯାୟୀ ଇସ୍ରାଏଲୀ ସୁପ୍ରିମକୋର୍ଟର ମୁଖ୍ୟଙ୍କୁ ନିମନ୍ତ୍ରଣ କରାନଯାଏ, ତେବେ ସେମାନେ ଏହାକୁ ବର୍ଜନ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲୀ ସଂସଦ, ନେସେଟକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି। ସେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି। ଏହି ଗସ୍ତ ସମୟରେ, ଦୁଇ ଦେଶ ସେମାନଙ୍କର ସୁରକ୍ଷା ଚୁକ୍ତିର ନବୀକରଣ ଓ ବର୍ତ୍ତମାନର ଭୂ-ରାଜନୀତି ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/modi-2026-02-24-16-57-05.jpg)