କଂଗ୍ରେସ ଜିଲ୍ଲା ସଂଗଠନକୁ ନେଇ ଆରମ୍ଭରୁ ଝୁଣ୍ଟିଲା କଂଗ୍ରେସ, ଏଆଇସିସି ଅନୁମତି ବିନା ହୋଇପାରିବନି ଜିଲ୍ଲା ସଭାପତି ଚୟନ

ଆଜି ଏହାକୁ ରଦ୍ଦ କରାଯାଇଥିବା ନେଇ ପିସିସି ପକ୍ଷରୁ  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏଆଇସିସିର ବିନା ଅନୁମତିରେ ଜିଲ୍ଲା ସଭାପତି ଘୋଷଣା ହେଇପାରିବନି ।

FLDKFFKLDFKDSFSK

କନକ ବ୍ୟୁରୋ : ଆରମ୍ଭରୁ ଝୁଣ୍ଟିଲା କଂଗ୍ରେସର ଜିଲ୍ଲା ସଂଗଠନ ।  ଦୁଇ ଦିନ ପୂର୍ବରୁ ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ସମସ୍ତ ୩୩ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତିଙ୍କ ନାମ ଘୋଷଣା କରିଥିଲେ ।  ଆଜି ଏହାକୁ ରଦ୍ଦ କରାଯାଇଥିବା ନେଇ ପିସିସି ପକ୍ଷରୁ  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏଆଇସିସିର ବିନା ଅନୁମତିରେ ଜିଲ୍ଲା ସଭାପତି ଘୋଷଣା ହେଇପାରିବନି । ତେଣୁ ଅନ୍ତରୀଣ ଜିଲ୍ଲା ସଭାପତି ମାନଙ୍କୁ ଏବେ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ । ତେବେ ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe