କନକବ୍ୟୁରୋ: ଦୀପାବଳିରେ ବଦଳିବେ ରାଜ୍ୟ କଂଗ୍ରେସର ମଙ୍ଗୁଆଳ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ରାହୁଲ ଗାନ୍ଧୀଙ୍କ କୋର୍ ଟିମରେ କାମ କରୁଥିବା ମିନାକ୍ଷୀ ନଟରାଜନ । ଏହି ଦୁଇ ନେତାଙ୍କୁ ଓଡ଼ିଶାରେ ନୂଆ ପିସିସି ସଭାପତି ବାଛିବା ପାଇଁ ଦିଆଯାଇଛି ଦାୟିତ୍ବ।
ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଦୁଇ ଦିନ ଓଡ଼ିଶାରେ ରହିବେ। ବରିଷ୍ଠ କଂଗ୍ରେସ ନେତା, ବିଧାୟକ, ପୂର୍ବତନ ସାଂସଦ ଓ ବହୁ ତୁଙ୍ଗ ନେତାଙ୍କ ସହ ଆଲୋଚନା କରିବେ। କଂଗ୍ରେସ ସଂଗଠନ ଓ ନେତୃତ୍ବ ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ। ତେଣୁ ଦୀପାବଳି ବେଳକୁ ନୂଆ ପିସିସି ସଭାପତି ଚୟନ କରାଯାଇପାରେ ବୋଲି ସୂଚନା ମିଳିଛି ।