ବିବାଦୀୟ ବୟାନ ଦେଇ ହଟହଟା କଂଗ୍ରେସ ବିଧାୟକ ପ୍ରାର୍ଥୀ : ରଣକ୍ଷେତ୍ର ପାଲଟିଲା ସଭାସ୍ଥଳ

ଖଲ୍ଲିକୋଟରେ ବିଧାୟକ ପ୍ରାର୍ଥୀଙ୍କ ବିବାଦୀୟ ବୟାନ ପରେ ଅଧାରୁ ବନ୍ଦ ହେଲା କଂଗ୍ରେସର ସଂଗଠନ ସୃଜନ ଅଭିଯାନ । ପିସିସି ପକ୍ଷରୁ ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇଛି ସଂଗଠନ ସୃଜନ ଅଭିଯାନ ।

Congress

Congress Photograph: (KanakNews)

କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା କଂଗ୍ରେସ ସଭାସ୍ଥଳ । ଏହିକ୍ରମରେ ୨୦୨୪ ନିର୍ବାଚନ ନରେ ପ୍ରଥମଥର ଖଲ୍ଲିକୋଟରେ ଏହି ବଡ଼ ବୈଠକ ବସିଥିଲା । ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଅଭିଭାଷଣରେ ବିବାଦୀୟ ବୟାନ ଦେଇଥିଲେ । ୨୦୨୪ ନିର୍ବାଚନରେ କଂଗ୍ରେସ କର୍ମୀମାନେ ଅନ୍ୟ ଦଳକୁ ବିକ୍ରି ହୋଇଥିବା ନେଇ କହିବା ପରେ ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା । ସମସ୍ତ କଂଗ୍ରେସ କର୍ମୀ ଉତ୍‌କ୍ଷୀପ୍ତ ହୋଇ ଚିତ୍ରସେନ ବେହେରାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ସଚିନ ନାୟକ ଓ ପିସିସି ପର୍ଯ୍ୟବେକ୍ଷକ ସ୍ୱାଗତିକା ପଟ୍ଟନାୟକ ଉପସ୍ଥିତିରେ ଏହି ଅଭାବନୀୟ ପରିସ୍ଥିତି ଉପୁଜିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe