କନକ ବ୍ୟୁରୋ: ନାରୀ ନିର୍ଯାତନା ନେଇ ଆନ୍ଦୋଳନଲ ଡାକରା ଦେଲା କଂଗ୍ରେସ । ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଦଳ । ୩୧୫ ବ୍ଲକ ସମ୍ମୁଖରେ ପ୍ରଦିବାଦ କରିବ ଦଳ । ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ପିସିସି ସଭାପତି କହିଛନ୍ତି, ଆମ ଲଢେଇ ବିଧାନସଭା ଭିତରେ ଓ ବାହାରେ ଥିଲା, ଦୁଃଖର ବିଷୟ ବିଗତ ନିର୍ବାଚନରେ ନାରୀ ସୁରକ୍ଷା ପ୍ରସଙ୍ଗରେ ସବୁବେଳେ ତତ୍ପର ଥିଲେ ବିଜେଡି-ବିଜେପି, ବିଭିନ୍ନ ସଭା ସମିତିରେ ମହିଳାଙ୍କୁ ଅଗ୍ରାଧିକାର ମଧ୍ୟ ଦେଉଥିଲେ, ପୂର୍ବ ସରକାର ମହିଳାଙ୍କ ପାଇଁ ଯୋଜନା କରିଥିଲେ, ଏବେର ସରକାର ମଧ୍ୟ ଯୋଜନା କରିଛନ୍ତି, ହେଲେ ନାରୀଙ୍କ ପ୍ରତି ଥିବା ସମ୍ମାନ କୁଆଡେ ଗଲା? ଯେଉଁମାନେ ଗର୍ଭବତୀ ହେଉଛନ୍ତି, ଦୁଷ୍କର୍ମ ଶିକାର ହେଉଛନ୍ତି ସେମାନେ କ’ଣ ଭାରତ ମାତା ନୁହନ୍ତି? ଗଣମାଧ୍ୟମରେ ସବୁବେଳେ ଏଭଳି ଖବର ଦେଖୁଚୁ । ଆମେ ଚାହୁଁଚୁ ଏସବୁ ବନ୍ଦ ହେଉ । ବିରୋଧୀ ଦଳ ହିସାବରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ପାଇଁ ଆମେ ଘେରାଉ କଲୁ । ନାରୀଙ୍କୁ ନ୍ୟାୟ ଦେବା ପାଇଁ ଆମେ ଏକ ହୋଇ ଲଢ଼ିଲୁ । ଏହି ପ୍ରସଙ୍ଗରେ ବିଜେଡି ବିଜେପି ଏକ ହୋଇ ଗଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/03/XKgIAGb7tqmX2lHZHZLe.jpg)