କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ରାଜନୈତିକ ଛିଟା । ଜୟପୁର ବିଧାୟକ ତାରାଙ୍କ ନାମର ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ବିଜେପି ନେତ୍ରୀ । ଜୟପୁରରେ ଆୟୋଜନ ହୋଇଥିବା ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଞ୍ଚରେ ରାଜନୈତିକ ଫାଇଦା ନେବା ପାଇଁ ଉଭୟ କଂଗ୍ରେସ ଓ ବିଜେପି କର୍ମି ମୁହାଁମୁହିଁ ହୋଇଛନ୍ତି ।
ପ୍ରଶାସନିକ ଅଧିକାରୀଙ୍କୁ ବି ଛାଡ଼ିଲେ ନାହିଁ । ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ସୁଭଦ୍ରା ଯୋଜନାକୁ ନେଇ ଭୁଲ ପ୍ରଚାର କରୁଥିବା ଓ ବିଜେପି ନେତ୍ରୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଅଧିକାରୀମାନେ ବିଧାୟକଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛି ଜୟପୁର ବିଜେପି । ଏହାସହ ବିଡ଼ିଓଙ୍କୁ ଅପମାନ ଜନିତ ଭାଷା କହିବା ଓ ଧମକ ଦେବା ନେଇ ଜୟପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଜୟପୁର ବିଡ଼ିଓ । ଉଭୟଙ୍କ ଏତଲା ଗ୍ରହଣ କରି ତଦନ୍ତ କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/3wpnGdzVC8mhvqm3eflu.jpg)