କନକ ବ୍ୟୁରୋ : ଜମ୍ମୁକାଶ୍ମୀର ନିର୍ବାଚନ ଫଳାଫଳରେ ବାଜିମାରିଛି ମେଂଟ । କଂଗ୍ରେସ ଓ ନ୍ୟାସନାଲ  କନଫରେନ୍ସ ମେଂଟ କେନ୍ଦ୍ରଶାସିତ ଅଂଚଳରେ ଗଢ଼ିବ ସରକାର । ନ୍ୟାସନାଲ  କନଫରେନ୍ସ ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି ।  ଓମାର ଅବଦୁଲ୍ଲା ଗନ୍ଦରୱାଲ ଏବଂ ବଡଗାମ୍ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଉଭୟ ଆସନରୁ ଜିତିଛନ୍ତି । ଓମାର ଅବଦୁଲ୍ଲା ଗନ୍ଦରୱାଲରେ ପିଡିପିର ବଶିର ଅହମ୍ମଦଙ୍କୁ ସେ ପରାସ୍ତ କରିଛନ୍ତି । ବଡଗାମ୍ ଆସନରେ ମଧ୍ୟ ପିଡିପି ପ୍ରାର୍ଥୀ ଆଗା ସୟଦ ମୁନ୍ତାଜିରଙ୍କୁ ପରାସ୍ତ କରିଛନ୍ତି । ୯୦ ଆସନରେ ଦେଖିବାକୁ ମିଳିଛି  ମହାମୁକାବିଲା । ଏଥର ମଇଦାନକୁ ଓମାରର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଥିଲେ । 

Advertisment

ଓମାର  ଅବଦୁଲ୍ଲା ନିଜ କ୍ୟାରିୟର ବେଶ ଅଧିକ ଲୋକପ୍ରିୟତା ଓ ସଫଳତା ପାଇଛନ୍ତି । ଦଳର ମୁଖିଆ ତଥା ବାପା ଫାରକ ଅବଦୁଲ୍ଲାଙ୍କ ଦବଦବା ଯେତିକି ରହିଛି ସେତିକି ତାଙ୍କର ମଧ୍ୟ ରହିଛି  
ଜମ୍ମୁ-କାଶ୍ମରର ନୂଆ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା
-ଜମ୍ମୁ-କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା
-୧୯୯୮ରେ ଓମାର ଅବଦୁଲ୍ଲା ରାଜନୀତିରେ ପ୍ରବେଶ କରିଥିଲେ । 
-୧୯୯୯ ଓ ୨୦୦୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ
-୨୦୦୮ରେ ଲୋକସଭାରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନ ଲଢ଼ିଥିଲେ
-ଗନ୍ଦରୱାଲ ଆସନରେ ଜିତି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ
-୨୦୧୪ ନିର୍ବାଚନରେ ନ୍ୟାସନାଲ କନଫରେନ୍ସର ଶୋଚନୀୟ ପରାଜୟ ହୋଇଥିଲା

ଏଥରକ ନିର୍ବାଚନ ଜମ୍ମୁକାଶ୍ମୀର ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଧାରା ୩୭୦ ହଟାଯିବା ଏବଂ ଏହାର ରାଜ୍ୟ ମାନ୍ୟତା ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।