କନକ ବ୍ୟୁରୋ: ୨୮ ଘଣ୍ଟାର ଉଡ଼ାଣ ପରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ପହଞ୍ଚିଛନ୍ତି ଶୁଭାଂଶୁ ଶୁକ୍ଲାଙ୍କ ସହ ୪ ମହାକାଶକାଚାରୀ । ଅକ୍ସିଅମ-୪ ମିଶନର ଅଂଶ ଭାବେ ଗୁରୁବାର ୪.୧୬ ମିନିଟ୍ରେ ଆଇଏସ୍ଏସ୍ ସହ ସଫଳ ଡକିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।
୪.୦୧ ମିନିଟ୍ରେ ସ୍ପେସ୍ ସେଣ୍ଟରରେ ପହଞ୍ଚିଥିଲା ଡ୍ରାଗନ୍ କ୍ୟାପସୁଲ୍
ପରେ ପ୍ରାୟ ୧୫ ମିନିଟ୍ରେ ଡକିଂ ପ୍ରକ୍ରିୟା ପରେ ଆଇଏସ୍ଏସ୍ ସହ ଯୋଡ଼ି ହୋଇଛି ମହାକାଶ ଯାନ। ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଉତ୍ତର ଆଟଲାଣ୍ଟିକ ମହାସାଗର ଉପରେ ୪୨୪ କିଲୋମିଟର ଉଚ୍ଚତାରେ ସଫଳ ଡକିଂ ହୋଇଛି।
ଡକିଂ ପ୍ରକ୍ରିୟା କ’ଣ?
-ସ୍ପେସ୍ ସେଣ୍ଟରରେ ପହଞ୍ଚିବା ପରେ ମହାକାଶଯାନକୁ ପ୍ରଥମେ ମହାକାଶ ଷ୍ଟେସନ୍ ସହ ସମାନ କରିବାକୁ ପଡ଼େ
-ଅର୍ଥାତ୍ ଉଭୟ ଆଇଏସ୍ଏସ୍ ଏବଂ ଡ୍ରାଗନ୍ କ୍ୟାପସୁଲ୍ ଏକ କକ୍ଷରେ ରହିବା ସହ ପରସ୍ପର ନିକଟବର୍ତ୍ତୀ ହୋଇଥାନ୍ତି
-ଏହା ପରେ ଆଇଏସ୍ଏସ୍ର ଲୋକେସନ୍, ଗତି ଏବଂ ଦିଗ ସହ ଡ୍ରାଗନ୍ କ୍ୟାପସୁଲ୍କୁ ମେଳା ଯାଇଥାଏ
-ପରେ ମହାକାଶଯାନ ଏବଂ ମହାକାଶ ଷ୍ଟେସନ୍ ମଧ୍ୟରେ ଏକ ନିରାପଦ ଏବଂ ଦୃଢ଼ ସଂଯୋଗ ସୁନିଶ୍ଚିତ କରାଯାଇଥାଏ
ଏହାରି ଭିତରେ ମହାକାଶରୁ ଶୁଭାଂଶୁ ଶୁକ୍ଳା ଭିଡିଓ ବାର୍ତ୍ତାରେ ସମସ୍ତଙ୍କ ନମସ୍କାର ଜଣାଇବା ସହ ସ୍ପେସକ୍ରାଫ୍ଟରେ ଯାତ୍ରାର ଅନୁଭୂତି ବଖାଣିଛନ୍ତି । ଅନ୍ୟ ମହାକାଶଚାରୀଙ୍କ ସହ ଉତ୍ସାହିତ ଥିବା ନେଇ କହିଛନ୍ତି। ଏକ ଶିଶୁ ପରି ମହାକାଶରେ କିପରି ଚାଲିବା ଓ ଖାଇବା ସବୁକିଛି ଶିଖୁଥିବା କହିଛନ୍ତି ଶୁଭାଂଶୁ। ଏଥିସହ ମହାକାଶଯାନରେ ତାଙ୍କର ପ୍ରଥମ କିଛି ଘଣ୍ଟାର, କମ୍ ମାଧ୍ୟାକର୍ଷଣ ଶକ୍ତିର ଅବାସ୍ତବ ଅଭିଜ୍ଞତା ଉପରେ ମତ ରଖିଛନ୍ତି। ଆଉ ଶୁଭାଂଶଙ୍କୁ ସଫଳ ଯାତ୍ରା ନେଇ ଖୁସୀ ବ୍ୟକ୍ତ କରିଛନ୍ତି ତାଙ୍କ ମା’।
ଯାତ୍ରା ବହୁତ ଅସାଧାରଣ ଥିଲା। ଯେତେବେଳେ ସେ ଲଞ୍ଚପ୍ୟାଡ୍ରେ କ୍ୟାପସୁଲ ଭିତରେ ବସିଥିଲେ, ମନରେ ଚିନ୍ତା ଥିଲା । ଯାତ୍ରା ଆରମ୍ଭ ହେବା ପରେ ବସିଥିବା ସିଟ୍ ପଛକୁ ଠେଲି ହେଉଥିଲା। ଆଉ ତା’ପରେ ହଠାତ୍ କିଛି ଅନୁଭବ ହୋଇନଥିଲା। ଶୂନ୍ୟରେ ଭାସିଲା ଭଳି ଲାଗୁଥିଲା। ଏକ ଶିଶୁ ପରି ମହାକାଶରେ କିପରି ଚାଲିବା ଓ ଖାଇବା ସବୁକିଛି ଶିଖୁଛନ୍ତି।
ବୁଧବାର ଆମେରିକାର ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକ୍ସ ଫାଲକନ ୯ ରକେଟ୍ ଦ୍ବାରା ଡ୍ରାଗନ ମହାକାଶଯାନକୁ ଉତକ୍ଷେପଣ କରାଯାଇଥିଲା ।
ଏହି ମିସନ୍ରେ ୬୦ ପ୍ରକାରର ବୈଜ୍ଞାନିକ ଗବେଷଣା କରିବାର ଲକ୍ଷ୍ୟ ରହିଛି
ସେଥିରୁ ୭ ଟି ଗବେଷଣା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତି ହୋଇଛି
ଆଗାମୀ ୧୪ ଦିନ ଆଇଏସ୍ଏସ୍ରେ ରହିବା ସହ ଏହା ଉପରେ ଗବେଷଣା କରିବେ ୪ ମହାକାଶଚାରୀ