କେବେ ପାଳିବେ କୁମାର ପୂର୍ଣ୍ଣିମା ? ତିଥିକୁ ନେଇ ଦ୍ୱନ୍ଦ୍ୱ, କ’ଣ କହୁଛି ପାଞ୍ଜି?

କୁମାର ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ । ଆଜି ନା କାଲି ପାଳିବେ ତାକୁ ନେଇ ଚର୍ଚ୍ଚା ।  କିଛି ପଞ୍ଜିକାରେ ଅକ୍ଟୋବର ୧୬ , ଆଉ କିଛି ପଞ୍ଜିକାରେ ୧୭ରେ ଲେଖା ଅଛି କୁମାର ପୂର୍ଣ୍ଣିମା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ।

1kp

କନକ ବ୍ୟୁରୋ: କୁମାର ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ ।  ବୁଧବାର ନା ଗୁରୁବାର ପାଳିବେ କୁମାର ପୂର୍ଣ୍ଣିମା ତାକୁ ନେଇ ଦ୍ୱନ୍ଦ୍ୱ । କୁମାର ପୂର୍ଣ୍ଣିମା କେବେ ପାଳନ କରିବେ ତାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି । କାରଣ କିଛି ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୧୭ ତାରିଖ ଲେଖା ରହିଛି । ଆଉ କିଛି ପଞ୍ଜିକାରେ  କୁମାରପୂର୍ଣ୍ଣିମା ଅକ୍ଟୋବର ୧୮ ତାରିଖ ଲେଖା ଅଛି । ଯାହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଆସୁଛି, କେବେ ପାଳିବେ କୁମାର ପୂର୍ଣ୍ଣିମା । 

ଏନେଇ ପାଞ୍ଜିକାର ପଦ୍ମନାଭ ତ୍ରିପାଠୀଶର୍ମା କହିଛନ୍ତି କୁମାର ପୂର୍ଣ୍ଣିମା ଗୁରୁବାର ପାଳନ କରାଯିବ । ବୁଧବାର ଗଜଲକ୍ଷ୍ମୀ ପୂଜା ପାଳନ କରାଯିବ । ସେହିପରି ଶୁକ୍ରବାର ବ୍ରତଧାରୀମାନେ ପୂଜା କରି କାର୍ତ୍ତିକବ୍ରତ୍ ପାଇଁ ସଂକଳ୍ପ ନେବେ । ପଞ୍ଜିକାର ତିଥିକୁ ନେଇ ପ୍ରାୟ ଦ୍ୱନ୍ଦ୍ୱ ଦେଖାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନିର୍ଭୁଲ ପଞ୍ଜିକା ବାହାର କରିବାକୁ ପାଞ୍ଜିକାର ପଦ୍ମନାଭ ତ୍ରିପାଠୀଶର୍ମା ଦାବି କରିଛନ୍ତି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe