ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ଦ୍ୱନ୍ଦ୍ୱ: ପୁଷ୍ପମାଲ୍ୟରେ ସୀମିତ ରହିବ ବିଜୁ ଜୟନ୍ତୀ !

Advertisment

ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀ ଛୁଟି ହେବ ନା ନାହିଁ ? ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ରେ ପାଳନ ହେବ କି  ପଞ୍ଚାୟତିରାଜ ଦିବସ? ଏ ନେଇ ଅନିଶ୍ଚିତତା ଲାଗି ରହିଛି। ଏନେଇ ସରକାର କିଛି ଚିଠି ଲେଖିନାହାନ୍ତି।

ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀ ଛୁଟି ହେବ ନା ନାହିଁ ? ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ରେ ପାଳନ ହେବ କି  ପଞ୍ଚାୟତିରାଜ ଦିବସ? ଏ ନେଇ ଅନିଶ୍ଚିତତା ଲାଗି ରହିଛି। ଏନେଇ ସରକାର କିଛି ଚିଠି ଲେଖିନାହାନ୍ତି।

7 PM 3kk

Photograph: (kanak news)

କନକ ବ୍ୟୁରୋ: ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀ ଛୁଟି ହେବ ନା ନାହିଁ ? ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ରେ ପାଳନ ହେବ କି  ପଞ୍ଚାୟତିରାଜ ଦିବସ? ଏ ନେଇ ଅନିଶ୍ଚିତତା ଲାଗି ରହିଛି। ଏନେଇ ସରକାର କିଛି ଚିଠି ଲେଖିନାହାନ୍ତି। ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲାଣି ବିଜେଡି ।...

ମାର୍ଚ୍ଚ ୫, ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ଦୀର୍ଘ ୨୪ ବର୍ଷ ଧରି ପାଳନ କରିଆସୁଥିଲେ ବିଜେଡି ସରକାର । ଏବେ ଏହି ଦିବସ ପାଳନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ନୂଆ ସରକାର ମାର୍ଚ୍ଚ ୫ ତାରିଖ ପରିବର୍ତ୍ତେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସରେ ପାଳନ କରିବେ କି? ସୂଚନା  ଅନୁସାରେ ପଞ୍ଚାୟତିରାଜ ଦିବସକୁ ପୂର୍ବଭଳି ନୂଆ ସରକାର ପାଳନ କରିନପାରନ୍ତି। ଏପର୍ୟ୍ୟନ୍ତ ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୌଣସି ଚିଠି ଲେଖିନି। ଏପଟେ  ବିଜେଡି ବିଜୁ କାର୍ଡ ଖେଳିବାକୁ ମଉକା ପାଇଛି।  ଦଳର ବରିଷ୍ଠ ନେତା ସରକାରଙ୍କୁ ପ୍ରଶ୍ନ କଲେଣି ଯେ  ଓଡ଼ିଶା ପ୍ରତି ବିଜୁବାବୁଙ୍କ  ଅବଦାନକୁ କଣ ନୂଆ ସରକାରକୁ ମନେ ପକାଇବାକୁ ହେବ।  

ବିଜେଡିକୁ ଜୋରଦାର କାଉଣ୍ଟର କରିଛି ଶାସକ ଦଳ  । କହିଛି, ପୂର୍ବ ସରକାର ମହାପୁରୁଷଙ୍କୁ ନେଇ ଅତୀତରେ ଅନେକ ରାଜନୀତି କରିଛି  । ହେଲେ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ହେବ କି ନ ହେବ, ସେ ନିଷ୍ପତ୍ତି କଣ ବିଜେଡି ନେବ।...ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ। 

ପଞ୍ଚାୟତିରାଜ ଦିବସ ପାଇଁ ସରକାରୀ ଛୁଟି ଘୋଷଣା ହୋଇଥାଏ । ସରକାରୀ କ୍ୟାଲେଣ୍ଡରରେ ଏଯାଏଁ ମାର୍ଚ୍ଚ ୫ ପୂର୍ବଭଳି ଛୁଟି ରହିଛି । ଯଦି ପଞ୍ଚାୟତିରାଜ ଦିବସ ପାଳନ ନହୁଏ, ତେବେ ବିଜୁ ଜୟନ୍ତୀକୁ ସରକାର ଛୁଟି କରିବେ କି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe