କନକ ବ୍ୟୁରୋ: ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଆୟୋଜିତ ହେଉଛି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଶିବିର କେବଳ ପ୍ରହସନ ପାଲଟିଛି । ସଠିକ୍ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ଆଶାରେ ଦୂରଦୂରାନ୍ତରୁ ଆସି ହତାଶ ହେଉଛନ୍ତି ।
୨୫ ବର୍ଷୀୟ ସୁଲତାନ ସୁନା
ଘର- ମୁନିଗୁଡ଼ା ବ୍ଲକ୍ ଇନ୍ଦିରାପଡ଼ା
ଜନ୍ମରୁ ଦିବ୍ୟାଙ୍ଗ ସୁଲତାନ
ସୁଲତାନ ଚାଲି ପାରନ୍ତିନି କି ଠିଆ ହେବାର ସାମର୍ଥ୍ୟ ନାହିଁ। ନିଜ ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ। ଜନ୍ମରୁ ଦିବ୍ୟାଙ୍ଗ ହୋଇ ବି ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ବାରମ୍ବାର ସାମର୍ଥ୍ୟ ଶିବିରକୁ ଯାଇଛନ୍ତି। ଅନେକ ଥର ଯିବା ପରେ ପ୍ରମାଣ ପତ୍ର ମିଳିଛି, ସେଥିରେ ଦର୍ଶାଯାଇଛି ସେ ୪୦% ଦିବ୍ୟାଙ୍ଗ। ସଠିକ୍ ପ୍ରମାଣପତ୍ର ନଥିବାରୁ ୩୫ଶହ ଟଙ୍କା ଭତ୍ତାରୁ ବଞ୍ଚିତ ସୁଲତାନ।
ଗୁପ୍ତେଶ୍ୱରୀ ବାତ୍ରା
ଶୁଣି ପାରନ୍ତିନି କି କହିପାରନ୍ତି ନାହିଁ
୨୦୧୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେଇଥିଲା ୯୦% ଭିନ୍ନକ୍ଷମ ପ୍ରମାଣପତ୍ର
୨୦୧୫ରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରୁ ମିଳିଛି ୧୮% ଭିନ୍ନକ୍ଷମ ପ୍ରମାଣପତ୍ର
ଗୁପ୍ତେଶ୍ୱରୀଙ୍କୁ ୧୮% ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିବାରୁ ସେ ବି ସରକାରୀ ଯୋଜନାରୁ ବଞ୍ଚିତ। ସବୁଠାରୁ ଆଶ୍ଚର୍ଯ୍ୟକର କଥାଟି ହେଉଛି, ୨୦୧୦ରେ ୪ଜଣ ଡାକ୍ତରଙ୍କ ଦସ୍ତଖତରେ ୯୦% ଦିବ୍ୟାଙ୍ଗ ଝିଅଟି, ୨୦୨୫ରେ ଡିଜିଟାଲ ପ୍ରମାଣପତ୍ରରେ କେମିତି ୧୮% ଦିବ୍ୟାଙ୍ଗ ପାଲଟିଗଲେ। ମୁନିଗୁଡ଼ାରେ ଆୟୋଜିତ ଭିନ୍ନକ୍ଷମ ଶିବିରରୁ ସେହି ପ୍ରଶ୍ନର ଉତ୍ତର ନପାଇ ନିରାଶରେ ଫେରିଛନ୍ତି ଦିବ୍ୟାଙ୍ଗ ଯୁବତୀ ଓ ତାଙ୍କ ମା’।
ସୁଲତାନ ଓ ଗୁପ୍ତେଶ୍ୱରୀଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଖିଲେ ମନରେ କିଛି ପ୍ରଶ୍ନ ଉଙ୍କିମାରୁଛି।
ଏଥିପାଇଁ ଦାୟୀ କିଏ?
ଏଠି ଅନ୍ଧ କିଏ?
ପ୍ରଶାସନ ନା ପ୍ରାଶାସନିକ ବ୍ୟବସ୍ଥା?
ନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀ!
କାହା ପାଇଁ ଉପେକ୍ଷିତ ଦିବ୍ୟାଙ୍ଗ?
ଲୋକଙ୍କ ସରକାର ନାରା ଦେଉଥିବା ସରକାର ଏହି ଖବର ଦେଖିବା ପରେ ଏଭଳି ଅବ୍ୟବସ୍ଥାରେ ସୁଧାର ଆଣିବେ ବୋଲି ଆଶା ।