କନକ ବ୍ୟୁରୋ: ଗୁପ୍ତେଶ୍ୱରୀଙ୍କୁ ୧୮% ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିବାରୁ ସେ ବି ସରକାରୀ ଯୋଜନାରୁ ବଞ୍ଚିତ। ସବୁଠାରୁ ଆଶ୍ଚର୍ଯ୍ୟକର କଥାଟି ହେଉଛି, ୨୦୧୦ରେ ୪ଜଣ ଡାକ୍ତରଙ୍କ ଦସ୍ତଖତରେ ୯୦% ଦିବ୍ୟାଙ୍ଗ ଝିଅଟି, ୨୦୨୫ରେ ଡିଜିଟାଲ ପ୍ରମାଣପତ୍ରରେ କେମିତି ୧୮% ଦିବ୍ୟାଙ୍ଗ ପାଲଟିଗଲେ। ମୁନିଗୁଡ଼ାରେ ଆୟୋଜିତ ଭିନ୍ନକ୍ଷମ ଶିବିରରୁ ସେହି ପ୍ରଶ୍ନର ଉତ୍ତର ନପାଇ ନିରାଶରେ ଫେରିଛନ୍ତି ଦିବ୍ୟାଙ୍ଗ ଯୁବତୀ ଓ ତାଙ୍କ ମା’। ସୁଲତାନ ଓ ଗୁପ୍ତେଶ୍ୱରୀଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଖିଲେ ମନରେ କିଛି ପ୍ରଶ୍ନ ଉଙ୍କିମାରୁଛି।
ଏଥିପାଇଁ ଦାୟୀ କିଏ?
ଏଠି ଅନ୍ଧ କିଏ?
ପ୍ରଶାସନ ନା ପ୍ରାଶାସନିକ ବ୍ୟବସ୍ଥା?
ନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀ!
କାହା ପାଇଁ ଉପେକ୍ଷିତ ଦିବ୍ୟାଙ୍ଗ?
ଲୋକଙ୍କ ସରକାର ନାରା ଦେଉଥିବା ସରକାର ଏହି ଖବର ଦେଖିବା ପରେ ଏଭଳି ଅବ୍ୟବସ୍ଥାରେ ସୁଧାର ଆଣିବେ ବୋଲି ଆଶା।