ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ ବଢାଉଛି ଭୟ  । ବିଭାଗ-ବିଭାଗ ମଧ୍ୟରେ ରହୁନି ତାଳମେଳ !

Advertisment

ପିପିଲି ଓ ସତ୍ୟବାଦୀ ଅଂଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏହା ମଣିଷକୁ ମଧ୍ୟ ବ୍ୟାପିଛି ବୋଲି ସନ୍ଦେହ ପ୍ରକାଶ ପାଇଛି ।  

ପିପିଲି ଓ ସତ୍ୟବାଦୀ ଅଂଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏହା ମଣିଷକୁ ମଧ୍ୟ ବ୍ୟାପିଛି ବୋଲି ସନ୍ଦେହ ପ୍ରକାଶ ପାଇଛି ।  

bird flu_1

କନକ ବ୍ୟୁରୋ: ମଣିଷଠାରେ ବାର୍ଡ ଫ୍ଲୁ ସନ୍ଦେହକୁ ନେଇ ବିଭ୍ରାନ୍ତିକର ତଥ୍ୟ ଲୋକଙ୍କ ଭୟ ବଢାଉଛି । ପ୍ରଥମେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ ନମୂନା ପଠାଯାଇଛି ଓ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମନ୍ତ୍ରୀ ଓ ବିଭାଗ ମଧ୍ୟରେ ଏଭଳି ଦ୍ବନ୍ଦ୍ୱ ଦେଖାଦେବାରୁ ବିଧାନସଭାରେ ସ୍ପଷ୍ଟୀକରଣ ମାଗିଥିଲେ ବିରୋଧୀ । ଉତ୍ତର ରଖି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ କହିଛନ୍ତି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ବାର୍ଡ ଫ୍ଲୁକୁ ନେଇ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଠିକ ରହୁନଥିବା ସ୍ପଷ୍ଟ ହେଉଛି । ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଲୋକଙ୍କ ଭିତରେ ଭୟ ବଢୁଛି ।  କେବଳ ବାର୍ଡ ଫ୍ଲୁ ସଂକ୍ରମଣ ଖବରକୁ ନେଇ ବିଭାଗରେ ତାଳମେଳ ରହୁନି ତା ନୁହେଁ । ବାର୍ଡ ଫ୍ଲୁ ସମୟରେ କୁକୁଡା ଖାଇବାକୁ ନେଇ ମଧ୍ୟ ଭିନ୍ନ ମତ ଭୟ ବଢାଉଛି ।  

ସେପଟେ ପିପିଲି ବ୍ଲକରେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ ସଜାଗ ଅଛି ସ୍ବାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା ୩୦ ହଜାର କୁକୁଡାକୁ ମରାଯାଇଛି, ଅଞ୍ଚଳକୁ ସାନିଟାଇଜ, ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe