କନକ ବ୍ୟୁରୋ: ୱାକଫ ବିଲକୁ ସମର୍ଥନ ପରଠୁ ବିଜେଡିରେ ବଡ଼ ହଲଚଲ । ଆଜି ଶଙ୍ଖ ଭବନରେ ଦେବୀ ମିଶ୍ର ଓ କିଛି ବରିଷ୍ଠ ନେତାଙ୍କୁ ଭେଟିଛନ୍ତି କିଛି ଯୁବ ନେତା । ଦେବୀ ମିଶ୍ରଙ୍କୁ ଭେଟି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ଆସନ୍ତାକାଲି ନବୀନଙ୍କୁ ଭେଟିପାରନ୍ତି ଏହି ଯୁବ ନେତା । ସେପଟେ ଆଜି କିଛି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚି ସୁପ୍ରିମୋଙ୍କୁ ଭେଟିଛନ୍ତି । ସେଠାରେ ନେତାଙ୍କୁ ପାଟି ଚୁପ୍ ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଦଳରେ ଚାଲିଥିବା ବିବାଦ ଭିତରେ ଆଜି ନବୀନ ନିବାସ ପହଞ୍ଚିଥିଲେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ସିଂଦେଓ, ପ୍ରତାପ ଦେବ ଆଦି ବରିଷ୍ଠ ନେତା । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ବିବାଦ ଲାଗି ରହିଛି । ଗତକାଲି ଏନେଇ ମୁନ୍ନା ଖାନ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ । ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେବା ନେଇ ନବୀନଙ୍କୁ ଅଭିଯୋଗ କରିଥିଲେ । ସେପଟେ ସାଂସଦ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତ୍ତିକୁ ବିରୋଧ କରି ଭୋଟିଂରୁ ନିବୃତ୍ତ ରହିବା ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି । ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନ୍ଙ୍କୁ ଦାୟୀ କରିଥିଲେ ଦେବାଶିଷ । ଦେବାଶିଷଙ୍କ ସହ ସ୍ବର ମିଶାଇ ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପାଣ୍ଡିଆନ୍ଙ୍କୁ ସମାଲୋଚନା କରିଥିଲେ ।
ବିଜେଡିରେ ଥମୁନି ୱାକଫ୍ ବିବାଦ: ନବୀନଙ୍କୁ ଭେଟିବାକୁ ସମୟ ମାଗିଲେ ଯୁବନେତା
ୱାକଫ ବିଲକୁ ସମର୍ଥନ ପରଠୁ ବିଜେଡିରେ ବଡ଼ ହଲଚଲ । ଶଙ୍ଖ ଭବନରେ ଦେବୀ ମିଶ୍ରଙ୍କ ସହ କିଛି ବରିଷ୍ଠ ନେତାଙ୍କୁ ଭେଟିଲେ ଯୁବନେତା । ନବୀନଙ୍କୁ ଭେଟିବାକୁ ମାଗିଲେ ସମୟ । ଦଳରେ ଚାଲିଥିବା ବିବାଦ ଭିତରେ ଆଜି ନବୀନ ନିବାସ ପହଞ୍ଚିଥିଲେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ସିଂଦେଓ, ପ୍ରତାପ ଦେବ ଆଦି ବରିଷ୍ଠ ନେତା । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ।
/kanak/media/media_files/2025/04/08/xTAAxsFKbi4wo5DA4FJI.jpg)