ଟ୍ରମ୍ପଙ୍କ ଚେତାବନୀ ପରେ ଭୀଷଣ ହେଲା ଯୁଦ୍ଧ ; ଅଗ୍ନିବର୍ଷା କଲା ଇରାନ

Advertisment

ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ଆମେରିକା, ଅନ୍ୟପଟେ ଯେତେ ଶୀଘ୍ର ସମ୍ଭବ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଇରାନ୍ । ଆଗକୁ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶ ମାନେ ମଧ୍ୟ ଇରାନ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିବା ବେଳେ, ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଇରାନୀ ନାଗରିକ । 

ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ଆମେରିକା, ଅନ୍ୟପଟେ ଯେତେ ଶୀଘ୍ର ସମ୍ଭବ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଇରାନ୍ । ଆଗକୁ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶ ମାନେ ମଧ୍ୟ ଇରାନ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିବା ବେଳେ, ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଇରାନୀ ନାଗରିକ । 

manan - 2026

କନକ ବ୍ୟୁରୋ : ଚତୁର୍ଥ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଯୁଦ୍ଧ ଆହୁରି ବଢ଼ିବ ବୋଲି ଟ୍ରମ୍ପଙ୍କ ଚେତାବନୀ ପରେ, ଆକ୍ରମଣକୁ ଆହୁରି ଜୋରଦାର କରିଛି ଇରାନ ସେନା । ଲାଗୁଛି, ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ଆମେରିକା, ଅନ୍ୟପଟେ ଯେତେ ଶୀଘ୍ର ସମ୍ଭବ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଇରାନ୍ । ଆଗକୁ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶ ମାନେ ମଧ୍ୟ ଇରାନ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିବା ବେଳେ, ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଇରାନୀ ନାଗରିକ । 

ଚତୁର୍ଥ ଦିନରେ ଅଧିକ ଉଗ୍ର ହୋଇଛି ଇରାନ-ଆମେରିକା ମହାଯୁଦ୍ଧ । ମିସାଇଲ, ଡ୍ରୋନ୍, ରକେଟ୍ । ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକୀୟ ଦୂତାବାସ ଓ ତୈଳ ଭଣ୍ଡାର ଗୁଡ଼ିକ ଉପରେ ଆକାଶରୁ ଘନଘନ ଅଗ୍ନି ବର୍ଷା କରୁଛି ଇରାନ୍ । ଅନ୍ୟପକ୍ଷରେ ଇରାନର ପରମାଣୁ କେନ୍ଦ୍ର, ସାମରିକ ଭିତ୍ତିଭୂମି ଓ ଅସ୍ତ୍ରଭଣ୍ଡାର ଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି ଇସ୍ରାଏଲ୍ ଓ ଆମେରିକା । ଉଭୟ ପକ୍ଷର ହେଉଛି ଭୀଷଣ କ୍ଷୟକ୍ଷତି । ଇରାନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ସୁରକ୍ଷା ପରିଷଦ କୋଠାକୁ ଆକ୍ରମଣ କରିଛି ଇସ୍ରାଏଲ୍ । ଏଥିସହ ଇରାନ ସେନା ବା IRGCର କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର, ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ୍ ଓ ଡ୍ରୋନ୍ ଲଞ୍ଚ୍ ସାଇଟ୍ ଓ ସାମରିକ ବିମାନ ଘାଟି ଗୁଡ଼ିକୁ ମାଟିରେ ମିଶାଇବାରେ ଲାଗିଛି ଆମେରିକାର ବି-ୱାନ୍ ବମ୍ୱର୍ । ଅନ୍ୟପକ୍ଷରେ ବାହାରିନରେ ଥିବା ଆମେରିକୀୟ ବାୟୁସେନା ଘାଟିର କମାଣ୍ଡ୍ ବିଲ୍ଡିଂ ଉଡ଼ାଇ ଦେଇଛି ଇରାନ୍ । ଗଲ୍‌ଫରେ ଥିବା ଆମେରିକାର ସବୁଠୁ ବଡ଼ ରାଡାରକୁ ନଷ୍ଟ କରିଥିବା ଦାବି କରିଛି ଇରାନ୍ । ଏଥିସହ ସାଉଦି ଆରବ ରାଜଧାନୀ ରିଆଦରେ ଥିବା ଆମେରିକୀୟ ଦୂତାବାସ ଉପରେ ବି ଏୟାରଷ୍ଟ୍ରାଇକ କରିଛି ଇରାନ। ସେପଟେ ଇସ୍ରାଏଲ ଲେବାନନ୍ ଆଡ଼ୁ ହିଜବୁଲ୍ଲା ଆକ୍ରମଣର ବି ସାମ୍ନା କରୁଛି । 

ଅଧିକ ପଢ଼ନ୍ତୁ---ଇରାନର ପ୍ରତିଆକ୍ରମଣରେ ଭୟଭୀତ ଆମେରିକା, ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଉଠିଲା ପ୍ରଶ୍ନ

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା , ବିସ୍ଫୋରଣ... ନିଆଁ.. ଧୂଆଁ...  ଧ୍ୱଂସଲୀଳା...। ଅନ୍ୟପଟେ ଆର୍ତ୍ତଚିତ୍କାର... ଲୁହ... କୋହ... ନିରବି ଯାଉଥିବା ସ୍ୱର । ଯୁଦ୍ଧର ଚକ୍ରବ୍ୟୁହରେ ଫସି ଅକାଳରେ ଆଖି ବୁଜିଲେଣି ଇରାନର ପ୍ରାୟ ୮ଶହ ନିରୀହ ଜୀବନ । ଛାରଖାର ହେଉଛି ଅଗଣିତ ପରିବାର । ଖାଲି କୋଠା ମାଟିରେ ମିଶୁନି, ମାଟିରେ ମିଶିଯାଉଛି ଅଗଣିତ ଆଶା ଓ ସ୍ୱପ୍ନ  । ଦେଖନ୍ତୁ ଏ ହୃଦୟ ବିଦାରକ ଫଟୋକୁ । ଆମେରିକାର ଆକ୍ରମଣରେ ୧୬୦ ଇରାନୀ ସ୍କୁଲଛାତ୍ରୀଙ୍କ ମୃତ୍ୟୁ ପରେ, ଏଇଠି ସେମାନଙ୍କୁ ଦିଆଯିବ କବର । ସେପଟେ ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଆମେରିକୀୟ ଯବାନ ନିହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe