କନକ ବ୍ୟୁରୋ : ଭାଙ୍ଗିଯିବ କି ଇଣ୍ଡି ମେଣ୍ଟ । ଦିଲ୍ଲୀ ବିଧାନସଭା ନିର୍ବଚନରେ 'ଇଣ୍ଡିଆ' ମେଣ୍ଟ ଫାଟି ଆଁ କଲାଣି। ପ୍ରଥମେ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ମୋର ଯେତିକି ମନେ ଅଛି, ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ସେହିପରି ବିହାରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଇଣ୍ଡି ମେଣ୍ଟ କେବଳ ଲୋକସଭା ପାଇଁ ହୋଇଥିଲା । ସେହିପରି ବିଜେପି କହିଛି ମୋଦୀଙ୍କ ଭୟରେ ନିର୍ବାଚନ ପୂର୍ବରୁ ସବୁ ଦେଳ ଏକାଠୀ ହୋଇଥିଲ । ଲୋକସଭା ନିର୍ବାଚନ ପରେ ମେଣ୍ଟର କୌଣସି ଭବିଷ୍ୟତ ନାହିଁ । ସେପଟେ କଂଗ୍ରେସ ରଖିଛି ଏହାର ଜବାବ । ଦଳ କହିଛି, ରାଷ୍ଟ୍ରୀୟ ନିର୍ବାଚନ ଓ ରାଜ୍ୟ ନିର୍ବାଚନ ପାଇଁ ରଣନୀତି ବଦଳାଯାଇଛି ।
ଭାଙ୍ଗିଯିବ କି ଇଣ୍ଡି ମେଣ୍ଟ ! ସହଯୋଗୀଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବଢାଇଲା ଆଶଂକା । ଓମାର କହିଲେ, ମେଣ୍ଟରେ ନଥିଲା ସମୟ ସୀମା
ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ମୋର ଯେତିକି ମନେ ଅଛି, ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ସେହିପରି ବିହାରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଇଣ୍ଡି ମେଣ୍ଟ କେବଳ ଲୋକସଭା ପାଇଁ ହୋଇଥିଲା ।
/kanak/media/media_files/2025/01/09/HpMk7vZo15sGXyY7DpnH.jpg)