କନକ ବ୍ୟୁରୋ: ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଗୃହରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହା ବିଧାନସଭାରେ ଗୃହୀତ ହୋଇଛି। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ମାଧବ ଧଡା ପୋଡିୟମକୁ ଚଢ଼ିବା ଘଟଣାକୁ ନିନ୍ଦା ଏବଂ ଭର୍ତ୍ସନା କରିଥିଲେ।
ସେପଟେ ବିଧାନସଭାରେ ସଂରକ୍ଷଣ ତାତି ଦେଖିବାକୁ ମିଳିଛି। ଉଭୟ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଛନ୍ତି। ଶାସକ ଦଳ ଆଡକୁ ଲିଫଲେଟ୍ ଉଡାଇଥିଲେ କଂଗ୍ରେସ ସଦସ୍ୟ। ହୋହଲ୍ଲା ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।
ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ପ୍ରସଙ୍ଗ; ଦୁଇ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ
ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଗୃହରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହା ବିଧାନସଭାରେ ଗୃହୀତ ହୋଇଛି।