ଜନବସତି ନିକଟରେ ତିଆରି ହେଉଛି କଂକ୍ରିଟ ପ୍ଲାଣ୍ଟ; ବିପଦ ଆଶଙ୍କା କରି ବିରୋଧ କରିଛନ୍ତି ୧୪୦ ପରିବାର

Advertisment

ଅନୁଗୁଳରେ ଜନବସତିରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ଏହି ପ୍ଲାଣ୍ଟ ପାଇଁ ପ୍ରଶାସନର ଅନୁମତି ନିଆଯାଇନାହିଁ । ପ୍ରଦୂଷଣ ବିଭାଗ ବି ଅନୁମତି ଦେଇନଥିବା ଜଣାପଡ଼ିଛି । ବେଆଇନ୍ ପ୍ଲାଂଟକୁ ବିରୋଧ କରି ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Concrete plants

କନକ ବ୍ୟୁରୋ : ଅନୁଗୁଳ ପୌରପାଳିକା ଗାନ୍ଧି ମାର୍ଗ ନିକଟରେ ରହିଛି ଓମ ରେସିଡେନ୍ସି । ପାଖରେ ଘରୋଇ ଡାକ୍ତରଖାନା ବି ଅଛି । କୌଣସି ପ୍ରକାର ପରିସ୍ଥିତିକୁ ଧ୍ୟାନ ନଦେଇ ନିର୍ମାଣ ହେଉଛି କଂକ୍ରିଟ ପ୍ଲାଣ୍ଟ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଏଥିରୁ ନିର୍ଗତ ହେବ ସିମେଣ୍ଟ ଓ ଚିପ୍ସ ଗୁଣ୍ଡ । ଯାହା ପରିବେଶ ପ୍ରଦୂଷିତ କରିବା ସହ ବିଭିନ୍ନ ପ୍ରକାର ରୋଗର କାରଣ ହୋଇପାରେ । ତେଣୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି

ପ୍ଲାଣ୍ଟ ବିରୋଧରେ ସ୍ଥାନୀୟ ବାସିନ୍ଦା ମାର୍ଚ୍ଚ ମାସରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ ପ୍ଲାଣ୍ଟ ନିର୍ମାଣ ପାଇଁ କେହି ଅନୁମତି ଦେଇ ନଥିବା ଅଭିଯୋଗ ହୋଇଛି । ପୌର ପ୍ରଶାସନ, ପ୍ରଦୂଷଣ ବିଭାଗ ଅନୁମତି ଦେଇନାହାନ୍ତି ଏପରିକି ଅଭିଯୋଗ ପରେ ପ୍ରଦୂଷଣ ବିଭାଗ କଟକଣା ଲାଗାଇଛି ତଥାପି ରାତିରେ କାମ ଚାଲିଥିବାରୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । କଂକ୍ରିଟ୍ ପ୍ଲାଂଟ ବନ୍ଦ କରିବାକୁ ଦାବି କରିଛନ୍ତି ।

ସହର ଭିତରେ ଏଭଳି ପ୍ଲାଣ୍ଟ ନିର୍ମାଣକୁ ସମ୍ପୂର୍ଣ ଭାବରେ ବନ୍ଦ ନକରିଲେ, ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe