କନକ ବ୍ୟୁରୋ : ଅନୁଗୁଳ ପୌରପାଳିକା ଗାନ୍ଧି ମାର୍ଗ ନିକଟରେ ରହିଛି ଓମ ରେସିଡେନ୍ସି। ପାଖରେ ଘରୋଇ ଡାକ୍ତରଖାନାବି ଅଛି। କୌଣସି ପ୍ରକାର ପରିସ୍ଥିତିକୁ ଧ୍ୟାନ ନଦେଇ ନିର୍ମାଣ ହେଉଛି କଂକ୍ରିଟ ପ୍ଲାଣ୍ଟ। ଏହି ପ୍ଲାଣ୍ଟକାର୍ଯ୍ୟକ୍ଷମ ହେଲେ ଏଥିରୁ ନିର୍ଗତ ହେବ ସିମେଣ୍ଟ ଓ ଚିପ୍ସ ଗୁଣ୍ଡ। ଯାହା ପରିବେଶ ପ୍ରଦୂଷିତ କରିବାସହ ବିଭିନ୍ନ ପ୍ରକାର ରୋଗର କାରଣ ହୋଇପାରେ। ତେଣୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି

Advertisment

ପ୍ଲାଣ୍ଟ ବିରୋଧରେ ସ୍ଥାନୀୟ ବାସିନ୍ଦାମାର୍ଚ୍ଚ ମାସରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ ପ୍ଲାଣ୍ଟ ନିର୍ମାଣ ପାଇଁକେହି ଅନୁମତି ଦେଇ ନଥିବା ଅଭିଯୋଗହୋଇଛି ।ପୌର ପ୍ରଶାସନ, ପ୍ରଦୂଷଣବିଭାଗ ଅନୁମତି ଦେଇନାହାନ୍ତି ଏପରିକିଅଭିଯୋଗ ପରେ ପ୍ରଦୂଷଣ ବିଭାଗ କଟକଣା ଲାଗାଇଛି ତଥାପି ରାତିରେ କାମ ଚାଲିଥିବାରୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି ।କଂକ୍ରିଟ୍ ପ୍ଲାଂଟ ବନ୍ଦ କରିବାକୁ ଦାବିକରିଛନ୍ତି ।

ସହର ଭିତରେ ଏଭଳି ପ୍ଲାଣ୍ଟ ନିର୍ମାଣକୁ ସମ୍ପୂର୍ଣ ଭାବରେ ବନ୍ଦ ନକରିଲେ, ଆଗକୁ ଆନ୍ଦୋଳନ ହେବ ବୋଲିଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।