କନକବ୍ୟୁରୋ : ବାୟୁ ପ୍ରଦୂଷଣ କେବଳ ଫୁସଫୁସକୁ ପ୍ରଭାବିତ କରୁନାହି । ଏହା ଶରୀରର ହାଡ଼ ଏବଂ ମାଂସପେଶୀକୁ ମଧ୍ୟ କ୍ଷତି ପହଁଚାଉଛି । ବିଶେଷଜ୍ଞଙ୍କ ମତରେ, ବାୟୁ ପ୍ରଦୂଷଣ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଭଳି ଅଟୋଇମ୍ମ୍ୟୁନ୍ ରୋଗ ବୃଦ୍ଧିର ଏକ ପ୍ରମୁଖ କାରଣ । ପିଏମ-୨.୫ ଭଳି ସୂକ୍ଷ୍ମ-ପ୍ରଦୂଷକ କେବଳ ଫୁସଫୁସରେ ପ୍ରବେଶ କରି ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁନାହିଁ, ବରଂ ହାଡ଼ ଏବଂ ମାଂସପେଶୀକୁ କ୍ଷତି ପହଞ୍ଚାଉଛି ।
ଇଣ୍ଡିଆନ୍ ରିଉମାଟୋଲୋଜି ଆସୋସିଏସନର ବିଶେଷଜ୍ଞମାନେ ଏନେଇ ସତର୍କ କରାଇ ଦେଇଛନ୍ତି । ପ୍ରଦୂଷଣ ଯୋଗୁଁ ସୁସ୍ଥ ଲୋକମାନେ ମଧ୍ୟ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଭଳି ଗମ୍ଭୀର ରୋଗରେ ପୀଡ଼ିତ ହୋଇପାରନ୍ତି । ଏହା ଏବେ ଆଉ କେବଳ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ , ବରଂ ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟ ହୋଇ ଉଭା ହୋଇସାରିଛି ।
ନୂଆଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଇରାକନ୍ ସମ୍ମିଳନୀ-୨୦୨୫ରେ ରିଉମାଟୋଲୋଜିଷ୍ଟମାନେ ଚିନ୍ତାଜନକ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ମାମଲା ବୃଦ୍ଧି ପ୍ରଦୂଷଣର ପରିଣାମ । ପିଏମ-୨.୫, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଓଜୋନ୍ ସହିତ ଦୀର୍ଘକାଳୀନ ସମ୍ପର୍କ ଗଣ୍ଠି ପ୍ରଦାହ, ଯନ୍ତ୍ରଣା ଏବଂ ଅକ୍ଷମତା ସୃଷ୍ଟି କରିପାରେ । ଏମ୍ସ ଏବଂ ଅନ୍ୟାନ୍ୟ ପ୍ରମୁଖ ହସ୍ପିଟାଲର ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ପାରିବାରିକ ଇତିହାସ ନଥିବା ଲୋକମାନେ ମଧ୍ୟ ପ୍ରଦୂଷଣ ଯୋଗୁଁ ଏହି ରୋଗ ବିକଶିତ ହେଉଛନ୍ତି ।