କନକ ବ୍ୟୁରୋ : ଚାଲିଛି ଫେସ ଭେରିଫିକେସନ୍। ଅଙ୍ଗନବାଡ଼ି ଦିଦି ନିଜ ମୋବାଇଲରୁ ଏକ ସ୍ୱତନ୍ତ୍ର ଆପ୍ରେ କରୁଛନ୍ତି ହିତାଧିକାରୀଙ୍କର ଫେସ୍ ଭେରିଫିକେସନ ବା ଚେହେରା ଯାଞ୍ଚ । କେୱାଇସି ପାଇଁ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି, କିନ୍ତୁ ବ୍ୟବସ୍ଥା ଆରମ୍ଭ ନହେଉଣୁ ବଢ଼ିଲାଣି ସମସ୍ୟା । କେଉଁଠି ଇଣ୍ଟରନେଟ୍ ସମସ୍ୟା ତ ଆଉ କେଉଁଠି ଆପ୍ଲିକେସନ୍ରେ ସମସ୍ୟା । ଆଧାର କାର୍ଡ ଠିକ୍ ଥିଲେ ବି ଅନେକ ହିତାଧିକାରୀଙ୍କର ଚେହେରା ଯାଞ୍ଚ ଠିକ ଭାବେ ହୋଇପାରୁନି । ରାଜ୍ୟର ଉପାନ୍ତ ଅଞ୍ଚଳଠାରୁ ରାଜଧାନୀ ଯାଏଁ ସବୁଠି ସମାନ ସମସ୍ୟା ।
ଗର୍ଭବତୀ ମହିଳା ହୁଅନ୍ତୁ ଅବା ପ୍ରସୂତି କିମ୍ବା ନବଜାତ ଶିଶୁ । ସରକାରୀ ଯୋଜନା ମୁତାବକ, ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥାଏ ଅନେକ ସୁବିଧା । ଘରକୁ ରାସନ ନେବାର ଯୋଜନା ବି ରହିଛି, କିନ୍ତୁ ଏସବୁ ସୁବିଧା ପାଇବାକୁ ହେଲେ, ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ଫେସ୍ ଭେରିଫିକେସନ୍ କରିବା ବାଧ୍ୟତାମୂଳକ ହୋଇଛି । ନିୟମ ଅନୁଯାୟୀ, ଆପ୍ ଜରିଆରେ ହିତାଧିକାରୀଙ୍କ ଚେହେରାକୁ ଯାଞ୍ଚ କରାଯିବ। ଆଧାର ପଞ୍ଜୀକରଣ ସମୟରେ ରେକର୍ଡ ଥିବା ଚେହେରା ସହିତ ମେଳ ଖାଇଲେ ହିଁ ହିତାଧିକାରୀ ଯୋଗ୍ୟ ବିବେଚିତ ହେବେ, କିନ୍ତୁ ବିଡ଼ମ୍ବନାର କଥା ଚଳିତ ମାସ ଲକ୍ଷାଧିକ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ପୁଷ୍ଟିହୀନତାର ଚିତ୍ର ସାମ୍ନାକୁ ଆସୁଥିବାବେଳେ ବର୍ତ୍ତମାନର ସମସ୍ୟା ଚିନ୍ତା ବଢ଼ାଇଛି । ତେବେ ପ୍ରଶ୍ନ ଉଠୁଛି, ସରକାର ଏ ବିଷୟରେ ଜାଣିଛନ୍ତି ତ, ନା ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ।
ଚିନ୍ତା ବଢ଼ାଉଛି ଅଙ୍ଗନବାଡ଼ିର ଫେସ୍ରିଡିଂ ବ୍ୟବସ୍ଥା : ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହିତାଧିକାରୀ
କେୱାଇସି ପାଇଁ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି, କିନ୍ତୁ ବ୍ୟବସ୍ଥା ଆରମ୍ଭ ନହେଉଣୁ ବଢ଼ିଲାଣି ସମସ୍ୟା । କେଉଁଠି ଇଣ୍ଟରନେଟ୍ ସମସ୍ୟା ତ ଆଉ କେଉଁଠି ଆପ୍ଲିକେସନ୍ରେ ସମସ୍ୟା ।
/kanak/media/media_files/2025/07/29/44-2025-07-29-20-23-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)