ଅଳିଆ ଗଦାରେ ପଡିଛି ଲୋକଙ୍କ ଅଭିଯୋଗ : ପୁରୀ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଦୃଶ୍ୟ ।

Advertisment

ଅଳିଆ ଗଦାରେ ଅଭିଯୋଗ ପତ୍ର। ଜଣେ ଅସହାୟ ଲୋକର ଅନୁରୋଧ କୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ।

ଅଳିଆ ଗଦାରେ ଅଭିଯୋଗ ପତ୍ର। ଜଣେ ଅସହାୟ ଲୋକର ଅନୁରୋଧ କୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ।

odia

କନକବ୍ୟୁରୋ : ଅଳିଆ ଗଦାରେ ଅଭିଯୋଗ ପତ୍ର। ଜଣେ ଅସହାୟ ଲୋକର ଅନୁରୋଧ କୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ।

 ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଆବଶ୍ୟକତା ପୂରଣ କରୁଥିବା ଯୋଜନାର ଆବେଦନ ପତ୍ର ଗୁଡ଼ିକ ବ୍ଳକ୍ କାର୍ଯ୍ୟାଳୟ ଭିତରେ ସୁରକ୍ଷା ଭିତରେ ରହିବା କଥା, କିନ୍ତୁ ଏଠାକାର ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ।   ବ୍ଳକ୍ ବାହାରେ ସମୂର୍ଣ୍ଣ ଅନାଥ ଭାବରେ ପଡ଼ି ରହିଛି। କୁଢ଼ କୁଢ଼ ଆବେଦନ ପତ୍ର  । ଏପରିକି ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ  ଗ୍ରହଣ କରାଯାଉଥିବା ଅଭିଯୋଗ ପତ୍ର ଗୁଡ଼ିକ ମଧ୍ୟ ଏଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି ।

ଗରିବ ଲୋକଙ୍କୁ ସହାୟତା ବଦଳରେ ଉପହାସ କରାଯାଉଥିବା ବୟାନ କରୁଛି  ବାହାରେ ପଡ଼ିଥିବା ଏହି ଅଭିଯୋଗ ପତ୍ର। ଏ ନେଇ ଆମେ କୃଷ୍ଣପ୍ରସାଦ ବ୍ଳକ୍ ବିଡିଓ ଙ୍କ ପ୍ରତିକ୍ରିୟା ନେଇଥିଲୁ କିନ୍ତୁ ଏହାକୁ ଅତ୍ୟନ୍ତ ଖାମଖିଆଲ ସହ ନେଇ ସେ ଏ ଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ୍ ନୁହଁ ବୋଲି କହିଥିଲେ ।  

ଏଠାରେ ପ୍ରଶ୍ନ ଉଠୁଛି ଯଦି ଲୋକଙ୍କ  ଆବେଦନ ପତ୍ର ଗୁରୁତ୍ୱପୂର୍ଣ୍ଣ ନୁହେଁ , ତେବେ ଆମେ କାହାକୁ ଆଉ ଗୁରୁତ୍ୱପୂର୍ଣ୍ଣ କହିବା। କିଭଳି ଜଣେ ଅସହାୟ ଲୋକଙ୍କର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe