କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି । ଏବେ ଗ୍ରାହକମାନେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ଖରାପ ଖାଦ୍ୟ କିମ୍ବା ଅନ୍ୟ ସମସ୍ୟା ପାଇଁ କ୍ୟୁଆର କୋଡ୍‌ ସ୍କାନ କରି ସିଧାସଳଖ ଅଭିଯୋଗ କରିପାରିବେ । ଏହି ନୂଆ ବ୍ୟବସ୍ଥା ଗ୍ରାହକଙ୍କୁ ତୁରନ୍ତ ସମାଧାନ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ଖାଦ୍ୟ ସୁରକ୍ଷା ସହ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

Advertisment

ଖରାପ ଖାଦ୍ୟ ଦେଲେ ସିଧା ଅଭିଯୋଗ
ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କ୍ୟୁଆର କୋଡ୍‌ ରଖିବା ବାଧ୍ୟତାମୂଳକ
ଗ୍ରାହକମାନେ ‘ଫୁଡ୍‌ ସେଫ୍ଟି କନେକ୍ଟ’ ଆପ୍‌ ମାଧ୍ୟମରେ ଅଭିଯୋଗ ଦାୟର କରିପାରିବେ
ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍ଏସ୍‌ଏସ୍‌ଏଆଇ ପଦକ୍ଷେପ ଗ୍ରହଣ କରିବ
ଖରାପ ଖାଦ୍ୟ କିମ୍ବା ଅସ୍ୱାସ୍ଥ୍ୟକର ପରିବେଶ ବିରୁଦ୍ଧରେ ଅଭିଯୋଗ କରିହେବ
ଏହା ଖାଦ୍ୟ ସୁରକ୍ଷା ନିୟମ ପାଳନକୁ କଡ଼ାକଡ଼ି କରିବ
ଗ୍ରାହକମାନେ ନିଜ ଅଧିକାର ସମ୍ପର୍କରେ ଅଧିକ ସଚେତନ ହେବେ