କନକ ବ୍ୟୁରୋ : ଶିଳ୍ପ ବଢିଲେ ନିଯୁକ୍ତିବଢିବ, ବେକାରୀ ହଟିବ। ହେଲେ ଶିଳ୍ପ ଯେ ପ୍ରଦୂଷଣ ଓ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିବ ତାହାସ୍ଥାନୀୟ ବାସିନ୍ଦାଙ୍କୁ ଜଣାନଥିଲା। ସାରୁଅ ଶିଳ୍ପାଞ୍ଚଳକୁ ଦେଖିଲେ ସମସ୍ୟା ଜଳଜଳ ହୋଇଦେଖାଯାଉଛି। ରାସ୍ତାର ଅବସ୍ଥା ଦେଖିଲେ କମ୍ପାନୀର ମନମାନି ସ୍ପଷ୍ଟ ଭାବେ ଅନୁମାନ କରିହେବ।
ଖୋର୍ଦ୍ଧା ସାରୁଅରେ ଗଢ଼ିଉଠିଛି ଶିଳ୍ପାଞ୍ଚଳ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କଡ଼କୁ ଲାଗି ରହିଛି କାରଖାନା।କମ୍ପାନୀ ଗୁଡ଼ିକ ଧିରେଧିରେ ଆଗକୁ ବଢ଼ି ରାଜପଥ ଆଡ଼କୁ ମାଡ଼ି ଆସିଲେଣି। ରାସ୍ତାକଡ଼ରେ ବିଭିନ୍ନସାରଞ୍ଜାମ ଗଦା କରୁଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ବିରୋଧ କରୁଥିଲେ ମଧ୍ୟ କମ୍ପାନୀକର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ବେଆଇନ୍ ଭାବେ ପାଇପ ଗୁଡ଼ିକ ବର୍ଷବର୍ଷଧରି ରାସ୍ତାକଡ଼ରେ ପକାଇ ରଖୁଛନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ବଢୁଛି।
ଜାତୀୟ ରାଜପଥ ୫୭ କଡ଼କୁଲାଗିଥିବା କେତେକ କମ୍ପାନୀ ସେମାନଙ୍କ ବର୍ଜ୍ୟବସ୍ତୁ, ଅଦରକାରୀ ସାମଗ୍ରୀକୁ ନିଜ କମ୍ପାନୀପରିସରରେ ନରଖି ରାଜରାସ୍ତା କଡ଼ରେ ପକାଇ ରଖୁଛନ୍ତି। ସେଥିରୁ ବାହାରୁଥିବା ଧୂଳିଧୂଆଁ ପରିବେଶ ପ୍ରଦୂଷିତକରୁଛି। ଏହି ରାସ୍ତା ଦେଇ ସବୁଦିନ ପ୍ରଶାସନିକ ଅଧିକାରୀ ଏବଂ ନେତାମନ୍ତ୍ରୀ ଯାତାୟାତକରୁଛନ୍ତି। ହେଲେ କାହାରି ନଜର ପଡୁନି। କେଉଁ ପ୍ରୀତିରେ ସମସ୍ତେ ଅଣଦେଖା କରୁଛନ୍ତି ତାହାସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/C8vOcafyEa9Rfb15U0bF.jpg)