କନକ ବ୍ୟୁରୋ : ବନ୍ୟା ପାଣିରେ ବୁଡ଼ିଲା ନିର୍ମାଣଧୀନ ପୋଲ । ବାଲେଶ୍ବର ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ପୋଲ । ଫଳରେ ୧୦ଟିରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଦୀର ଶାଖା ନଇ ଉପରେ ଏକ ପୁରୁଣା ପୋଲ ରହିଥିଲା । ତେବେ ତାହା ନଷ୍ଟ ହେବା ପରେ ସେଠାରେ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ସେହି ରାସ୍ତା ଦେଇ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଉଥିଲେ ଲୋକେ । ବାତ୍ୟା ଦାନା ଯିବା ପରେ ସୋନ ନଈରେ ଜଳସ୍ଥର ବଢ଼ିଛି ଯାହା ଦ୍ୱାରାକି ନିର୍ମାଣଧୀନ ପୋଲଟି ବୁଡ଼ି ଯାଇଛି ।ଫଳରେ ବେଗୁନିଆ, ମିତ୍ରପୁର, କଲ୍ୟାଣୀ ଓ ସିଙ୍ଗିରୀ ସମେତ ୧୦ରୁ ଅଧିକ ଗାଁକୁ  ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ।