ଭାରାରେ ବୁହାହେଲେ ରୋଗୀ ; କାନ୍ଧରେ ବୋହିନେଇ ନଈ ପାରିକଲେ ସମ୍ପର୍କୀୟ

ଗାଁକୁ ନାହିଁ ରାସ୍ତା, ଭାରାରେ ବୁହାହେଲେ ରୋଗୀ । କାନ୍ଧରେ ଉଠାଇ ନଈ ପାରି କଲେ ସମ୍ପର୍କୀୟ । ମାଲକାନଗିର ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ ।

19rrrr

କନକ ବ୍ୟୁରୋ: ନା ଅଛି ରାସ୍ତା, ନାଁ ସରିଛି ପୋଲ ନିର୍ମାଣ । ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ବୁହାହେଲେ ରୋଗୀ । ରୋଗିଣା ମାଆକୁ କାନ୍ଧରେ ବୋହି ନଈ ପାର କଲେ ପୁଅ ଓ ସମ୍ପର୍କୀୟ । ଏଭଳି ଅଭାବନୀୟ ଦୃଶ୍ୟ ଆସିଛି ମାଲକାନଗିରି ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଗୋଜିଆଗୁଡା ଗ୍ରାମରୁ । ଗାଁର ପ୍ରତିମା ଖିଲ ନାମକ ବୃଦ୍ଧା ଗତ କିଛିଦିନ ଧରି ଜ୍ୱର ଏବଂ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ଆଜି ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ମେଡିକାଲ ନେବାକୁ ଆମ୍ବୁଲାନ୍ସ ଆସିନପାରିବା ରୁ ଉପାୟଶୂନ୍ୟ ଗାଁ ଲୋକେ  ଖଟିଆରେ ବୋହି ଭରା ନଇ ପାର ହୋଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଛନ୍ତି । ବର୍ଷ  ବର୍ଷ ଧରି ପୋଲ ଏବଂ ରାସ୍ତା ନିର୍ମାଣ ହେଉନଥିବାରୁ ଏପରି ସମସ୍ୟା ଭୋଗୁଥିବା କହିଛନ୍ତି ଗାଁ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe