କନକ ବ୍ୟୁରୋ : ମସଜିଦକୁ ନେଇ ସିମଲାରେ ବିକ୍ଷୋଭ। ବେଆଇନ ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ ଜୋରଦାର ପ୍ରତିବାଦ କରାଯାଇଛି । ହିନ୍ଦୁ ଗ୍ରୁପ ଆଜି ବନ୍ଦ ଡାକରା ଦେବା ସହ ବିଧାନସଭା ଘେରାଉ କରିଛନ୍ତି । ବିକ୍ଷୋଭ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗଣ୍ଡଗୋଳ ଆଶଙ୍କାରେ ସିମଲାରେ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୧୬୩ ଲାଗୁ କରାଯାଇଛି । ବିନା ଅନୁମତିରେ ଏକା ସାଙ୍ଗରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି । କୌଣସି ବ୍ୟକ୍ତି ବାଡି, ଲାଠି, ଛୁରୀ ଅବା ଅନ୍ୟାନ୍ୟ ମରଣାନ୍ତକ ଜିନିଷ ସାଙ୍ଗରେ ନେଇପାରିବେ ନାହିଁ । ସିମଲାର ଜନଗହଳି ପୂର୍ଣ୍ଣ ସଞ୍ଜୁଲିରେ ୫ ମହଲା ବିଶିଷ୍ଟ ବେଆଇନ ମସଜିଦ ନିର୍ମାଣ ହୋଇଥିବା ହିନ୍ଦୁ ଗ୍ରୁପ ଦାବି କରି ବନ୍ଦ ଡାକରା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ସାମିଲ ହେବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସ ଲାଠି ମାଡ କରିବା ସହିତ ପାଣି ମାଡ ମଧ୍ୟ କରିଛି ।
ହିମାଚଳ ପ୍ରଦେଶରେ ବଡଧରଣର ଉତ୍ତେଜନା । ସିମଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ
ମସଜିଦକୁ ନେଇ ସିମଲାରେ ବିକ୍ଷୋଭ। ବେଆଇନ ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ ଜୋରଦାର ପ୍ରତିବାଦ କରାଯାଇଛି । ହିନ୍ଦୁ ଗ୍ରୁପ ଆଜି ବନ୍ଦ ଡାକରା ଦେବା ସହ ବିଧାନସଭା ଘେରାଉ କରିଛନ୍ତି । ବିକ୍ଷୋଭ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।