କନକ ନ୍ୟୁଜ: କୁକି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ରିଲିଫ କ୍ୟାମ୍ପରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶନିବାର ଜାଣିବାକୁ ମିଳିଛି । ଅଭିଯୁକ୍ତମାନେ ସେମାନଙ୍କୁ ଅପହରଣ କରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି ।
ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ସନ୍ଧ୍ୟାରେ ସୁଦୂର ଜିରିମୁଖ ଗାଁର ଏକ ନଦୀ ନିକଟରେ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି । ନିଖୋଜ ଥିବା ୬ ଜଣଙ୍କୁ ଖୋଜିବା ପାଇଁ ଏକ ବିଶାଳ ସର୍ଚ୍ଚ ଅପରେସନ ଚାଲିଥିଲା । ତେବେ ଅନ୍ୟ ଦୁଇ ମହିଳା ଏବଂ ଗୋଟିଏ ଶିଶୁ କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନିଖୋଜ ଥିବା ୬ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଖୋଜ ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି ହିଂସାରେ ଜଳୁଛି ମଣିପୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/16/Iew1JA54DB8u4th1oCDS.jpg)