ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ ; ଟେକାପଥର ମାଡ, ୪ ଆହତ

ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଡ଼ି ଉପରେ ପଥର ଫିଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଆଜି ସକାଳୁ ପୁଣି ଟେକାପଥର ମାଡ଼ , ୪ଜଣ ଆହତ । କଟକ ବାଙ୍କୀ ରାସ୍ତା ଅବରୋଧ ।

Screen Shot 2025-01-11 at 12.31.53 PM

କନକ ବ୍ୟୁରୋ: ବାଙ୍କୀରେ ଗୋଷ୍ଠୀ ସଂଘର୍ଷ । ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି ।

000000000000

ଗତକାଲି ରାତିରେ ସେହି ଗାଁର କିଛି ଅସାମାଜିକ ଯୁବକ ରାସ୍ତାରେ ଯାଉଥିବା ଗାଡି ଉପରକୁ ଟେକା ଫିଙ୍ଗିଥିଲେ । ଯାହାକୁ ନେଇ ଗାଁର ଅନ୍ୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀଙ୍କ ମଧରେ ବଚସା ହୋଇଥିଲା । ଏହାକୁ କେନ୍ଦ୍ରକରି ଆଜି ସକାଳୁ ଗୋଷ୍ଠୀଙ୍କ ମଧରେ ଟେକପଥର ମାଡ଼ ହୋଇଥିଲା । ଏଥିରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ଉତେଜନା ଲାଗି ରହିଛି। କଟକ ବାଙ୍କୀ ରାସ୍ତା ଅବରୋଧ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe