କନକ ବ୍ୟୁରୋ: ଭସାଣିବେଳେ ପଥର ମାଡ଼ । ବାଲେଶ୍ୱର ନୁଣିଆ ଯୋଡ଼ିକୁ ଭସାଣି ପାଇଁ ପ୍ରସେସନ ଯାଉଥିବା ବେଳେ ଅରଡବଜାର ନିକଟରେ ଦୁଇ ଗୋଷ୍ଠୀମଧ୍ୟରେ କଥା କଟାକଟିରୁ ପଥର ମାଡ଼ ହୋଇଛି ।  ଦୁଇରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲ ନିଆଯାଇଛି । ଘଟଣା ସ୍ଥଳରେ ରେମୁଣା ବିଧାୟକ ଗୋବିନ୍ଦ ଦାସ୍, ଏସପି, ପୁଲିସଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । କଡ଼ାସୁରକ୍ଷାରେ ମା’ଙ୍କ ମେଢ଼ଗୁଡ଼ିକ ଭସାଣି ପାଇଁ ନିଆଯାଇଥିଲା ।