କନକ ବ୍ୟୁରୋ : ନୟାଗଡ଼ରେ ଫତେଗଡ଼ ଥାନା ମାରଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ରାସ୍ତା ଉପରେ ରକ୍ତାକ୍ତ ସଂଘର୍ଷ । ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଗାପୂଜା ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଘଟଣାସ୍ଥଳରେ ଫତେଗଡ଼ ଥାନା ପୁଲିସ ଛାନଭିନ ଚଳାଇଛି । ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସନ୍ଦେହ କରାଯାଉଛି ।
ରାଜାରାଜୁଡା ଅମଳରୁ ପ୍ରତିବର୍ଷ ଭାପୁର ବ୍ଳକର ମାରଡ଼ା ଗାଁରେ ମାଆ ଭଟ୍ଟାରିକା ଠାକୁରାଣୀଙ୍କ ପୀଠରେ ଦଶହରା ପର୍ବ ପାଳିତ ହୋଇଥାଏ । ପୂର୍ବ ରାଗ ରଖି ଦୁଇଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଫଳରେ ଗୋଟିଏ ଗୋଷ୍ଠିର ୧୦ରୁ ଅଧିକ ମହିଳା ଓ ପୁରୁଷ ଗୁରୁତର ଅବସ୍ଥାରେ ଭାପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।