କଟକ ଦୁର୍ଗାପୂଜା ଭସାଣିରେ ଗୋଷ୍ଠୀ ସଂଘର୍ଷ ଘଟଣା,  ବନ୍ଧାହେଲେ ଆଉ ୪

ଦରଘା ବଜାର ଓ ହାତୀ ପୋଖରୀ ଅଞ୍ଚଳରେ ଘରେଘରେ ପୁଲିସର ଯାଞ୍ଚ ।

ବନ୍ଧାହେଲେ ଆଉ ୪

ବନ୍ଧାହେଲେ ଆଉ ୪ Photograph: (KanakNews)

କନକ ବ୍ୟୁରୋ: କଟକ ଦୁର୍ଗାପୂଜା ଭସାଣି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ପୁଲିସର କଡ଼ା ଆଭିମୁଖ୍ୟ । ଦରଘା ବଜାର, ହାତୀ ପୋଖରୀ ଅଂଚଳରେ ଘରେ ଘରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୁଲିସ । ପ୍ରାଥମିକ ପର୍ଯ୍ୟାୟରେ ୭ଟି ଘରେ ଯାଞ୍ଚ କରିଛ ପୁଲିସ । ଗୋଷ୍ଠୀ ସଙ୍ଘର୍ଷ ଦିନ ରାତିରେ ଏହି ଅଂଚଳରେ କାଚ ବୋତଲ ଓ ଟେକା ପଥର ମାଡ଼ ହୋଇଥିଲା ।

ଫଳରେ ତୀବ୍ର ହୋଇଥିଲା ସଂଘର୍ଷ । ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁଲିସ ଘରେ ଘରେ ତଲାସି ଜାରି ରଖିଛି । ଘଟଣାରେ ଏଯାଏଁ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଏବେ ବି ସଂଘର୍ଷରେ ଲିପ୍ତ ଥିବା ପ୍ରତ୍ୟକ ବ୍ୟକ୍ତିମାନଙ୍କୁ ଟ୍ରାକ୍‌ କରୁଛି ପୁଲିସ । ଗଣ୍ଡଗୋଳ କରିଥିବା ବ୍ୟକ୍ତି କେଉଁଠା ବାସିନ୍ଦା, କଣ ସେମାନଙ୍କର ସେମାନଙ୍କର ପରିଚୟ ସେ ନେଇ ଯାଞ୍ଚ ଚାଲିଛି । ଆଗକୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ଓ ଦୋଷୀଙ୍କୁ ଧରାଯିବ ବୋଲି ଏସିପି କହିଛନ୍ତି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe