କନକ ବ୍ୟୁରୋ: କଟକ ଦୁର୍ଗାପୂଜା ଭସାଣି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ପୁଲିସର କଡ଼ା ଆଭିମୁଖ୍ୟ । ଦରଘା ବଜାର, ହାତୀ ପୋଖରୀ ଅଂଚଳରେ ଘରେ ଘରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୁଲିସ । ପ୍ରାଥମିକ ପର୍ଯ୍ୟାୟରେ ୭ଟି ଘରେ ଯାଞ୍ଚ କରିଛ ପୁଲିସ । ଗୋଷ୍ଠୀ ସଙ୍ଘର୍ଷ ଦିନ ରାତିରେ ଏହି ଅଂଚଳରେ କାଚ ବୋତଲ ଓ ଟେକା ପଥର ମାଡ଼ ହୋଇଥିଲା ।
ଫଳରେ ତୀବ୍ର ହୋଇଥିଲା ସଂଘର୍ଷ । ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁଲିସ ଘରେ ଘରେ ତଲାସି ଜାରି ରଖିଛି । ଘଟଣାରେ ଏଯାଏଁ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଏବେ ବି ସଂଘର୍ଷରେ ଲିପ୍ତ ଥିବା ପ୍ରତ୍ୟକ ବ୍ୟକ୍ତିମାନଙ୍କୁ ଟ୍ରାକ୍ କରୁଛି ପୁଲିସ । ଗଣ୍ଡଗୋଳ କରିଥିବା ବ୍ୟକ୍ତି କେଉଁଠା ବାସିନ୍ଦା, କଣ ସେମାନଙ୍କର ସେମାନଙ୍କର ପରିଚୟ ସେ ନେଇ ଯାଞ୍ଚ ଚାଲିଛି । ଆଗକୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ଓ ଦୋଷୀଙ୍କୁ ଧରାଯିବ ବୋଲି ଏସିପି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/09/aresst-2025-10-09-19-12-44.jpg)