ଭଞ୍ଜନଗରରେ ଗୋଷ୍ଠୀ ସଂଘର୍ଷ : ଆହତଙ୍କୁ ଆମ୍ଭୁଲାନ୍ସରୁ ଆଣି ପୁଣି ମରଣାନ୍ତକ ଆକ୍ରମଣ କଲା ଅଭିଯୁକ୍ତ

Advertisment

ଭଞ୍ଜନଗର  ଥାନା ତୁରୁମୁ ଗାଁରେ ଗୋଷ୍ଠୀ ସଂଘର୍ଷ  ।  ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି  । ଗାଁର ରାଜେଶ ସେଠି ଓ ତାଙ୍କ ବାପା-ମାଙ୍କୁ ଦଳଗତ ଆକ୍ରମଣ କରାଯାଇଛି

ଭଞ୍ଜନଗର  ଥାନା ତୁରୁମୁ ଗାଁରେ ଗୋଷ୍ଠୀ ସଂଘର୍ଷ  ।  ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି  । ଗାଁର ରାଜେଶ ସେଠି ଓ ତାଙ୍କ ବାପା-ମାଙ୍କୁ ଦଳଗତ ଆକ୍ରମଣ କରାଯାଇଛି

ambulance 12

Photograph: (kanaknews)

କନକବ୍ୟୁରୋ : ଭଞ୍ଜନଗର  ଥାନା ତୁରୁମୁ ଗାଁରେ ଗୋଷ୍ଠୀ ସଂଘର୍ଷ  ।  ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି  । ଗାଁର ରାଜେଶ ସେଠି ଓ ତାଙ୍କ ବାପା-ମାଙ୍କୁ ଦଳଗତ ଆକ୍ରମଣ କରାଯାଇଛି  ।  ଆହତଙ୍କୁ ଆମ୍ଭୁଲାନ୍ସ ଯୋଗେ ମେଡିକାଲ ନିଆଯାଉଥିବା ବେଳେ ପୁନର୍ବାର ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଆମ୍ଭୁଲାନ୍ସ କୁ ଅଟକାଇ ଆହତ ରାଜେଶଙ୍କୁ ଟାଣି ଆଣି ଲୁହା ରଡ଼ ଓ ଠେଙ୍ଗାରେ ଆକ୍ରମଣ କରାଯାଇଛି ।

ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପଂହଁଚିବା ପରେ ଆକ୍ରମଣକାରୀମାନେ ଫେରାର ମାରିଥିଲେ ରାଜେଶଙ୍କ ପରିବାରର ତିନିଜଣ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପତ୍ନୀ ସାଗରୀ ସେଠି ଶନିବାର ଭଞ୍ଜନଗର  ଥାନାରେ ୧୫ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ବେଳେ ପପୁ ସେଠି କୁ  ଭଞ୍ଜନଗର ପୋଲିସ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଚଲାଇଥିବା ଥାନା ଅଧିକାରୀ ଜୀବନା ନନ୍ଦ ଜେନା ପ୍ରକାଶ କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe