କନକ ବ୍ୟୁରୋ : ହଷ୍ଟେଲରେ ଅଣଛାତ୍ରଙ୍କୁ ଖୋଜିବ କମିଟି । ପ୍ରତି କୋଠରୀକୁ ଯାଇ ଯାଇ ଯାଂଚ କରିବେ ସ୍କ୍ୱାଡ । ସନ୍ଧ୍ୟା ୫ଟା ବାଜିଲେ ଫାଟକରେ ପଡିବ ତାଲା। ଅଣଛାତ୍ରଙ୍କ ନେଇ ଗଣ୍ଡଗୋଳ ପରେ ଏଭଳି କଡା ନିୟମ କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । କ୍ୟାମ୍ପସ ତାତି ଭିତରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବୟଜ ହଷ୍ଟେଲକୁ ୪ ଜଣ ସୁରକ୍ଷାକର୍ମୀ ଜଗିବା ସହ ଖୁବଶୀଘ୍ର ୬ କୋଟି ଟଙ୍କାରେ ପାଚେରି ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଶୃଙ୍ଖଳା କମିଟି ବୈଠକ ଓ ପରେ ବସିଥିବା ରେସିଡେନ୍ସ କମିଟି ବୈଠକରେ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବାକୁ ସ୍ଥିର ହୋଇଛି । ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ପାଖରେ ପରିଚୟପତ୍ର ନଥିଲେ କ୍ୟାମ୍ପସରେ ପ୍ରବେଶ ଅନୁମତି ନାହିଁ । ସନ୍ଧ୍ୟା ୫ଟା ପରେ କୌଣସି ଛାତ୍ରଛାତ୍ରୀ, କର୍ମଚାରୀ କିମ୍ବା ଅନ୍ୟ କାହାରିକୁ କ୍ୟାମ୍ପସକୁ ଆସିବାକୁ ଅନୁମତି ଦିଆଯିବନି । ବିଶ୍ଵବିଦ୍ୟାଳୟର ୩ଟି ଗେଟରୁ ୨ଟିକୁ ତୁରନ୍ତ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । କେବଳ ପାଦଚଲା ଗେଟ୍ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି ।
ହଷ୍ଟେଲରେ ଅଣଛାତ୍ରଙ୍କୁ ଖୋଜିବ କମିଟି, ପ୍ରତି କୋଠରୀକୁ ଯାଇ ଯାଂଚ କରିବ ସ୍କ୍ୱାର୍ଡ, ସନ୍ଧ୍ୟା ୫ ଟା ପରେ ବନ୍ଦ ରହିବ ଫାଟକ
କ୍ୟାମ୍ପସ ତାତି ଭିତରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବୟଜ ହଷ୍ଟେଲକୁ ୪ ଜଣ ସୁରକ୍ଷାକର୍ମୀ ଜଗିବା ସହ ଖୁବଶୀଘ୍ର ୬ କୋଟି ଟଙ୍କାରେ ପାଚେରି ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଶୃଙ୍ଖଳା କମିଟି ବୈଠକ ଓ ପରେ ବସିଥିବା ରେସିଡେନ୍ସ କମିଟି ବୈଠକରେ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବାକୁ ସ୍ଥିର ହୋଇଛି ।
/kanak/media/media_files/2025/08/22/7-2025-08-22-08-15-35.jpg)