କନକ ବ୍ୟୁରୋ : ଥମୁନି ସମିତି ବୈଠକ ବିବାଦ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର କାଉଣ୍ଟର ସମ୍ବାଦିକ ସମ୍ମିଳନୀ। କୋରମ ନଥାଇ ସମିତି ବୈଠକ ହୋଇଥିବା ଅଭିଯୋଗରେ ଜାରି ରହିଛି ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତିଆରୋପଫେବ୍ରୁଆରୀ ୨୭ରେ ଗଞ୍ଜାମ ବେଗୁନିଆପଡା ବ୍ଲକରେ ସ୍ୱତନ୍ତ୍ର ସମିତି ବୈଠକ ବସିଥିଲା ବୈଠକକୁ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟମାନେ ବର୍ଜନ କରିଥିଲେ। ବିଜେପି ସମର୍ଥିତ ୧୨ ଜଣ ସରପଞ୍ଚ, ସମିତି ସଭ୍ୟଙ୍କୁ ନେଇ ହୋଇଥିଲା ବୈଠକରେ। ବୈଠକରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଅନୁପସ୍ଥିତ ଥିବାରୁ ଜଣେ ସରପଞ୍ଚଙ୍କ ସଭାପତିତ୍ୱରେ ବିଡିଓଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିକଶିତ ଗାଁ ବିକଶିତ ଓଡିଶା ବିଷୟରେ ଆଲୋଚନା ହୋଇଥିଲା କୋରମରେ ଅଗଣତାନ୍ତ୍ରିକ ଭାବେ ବୈଠକ ହୋଇଥିବା ଅଭିଯୋଗ କରିବା ସହ ବିଡିଓ ଓ ବିଧାୟକ ଆଇନ ଜାଣିନାହାଁନ୍ତି ଓ ବିଡିଓ ବିଧାୟକଙ୍କ କଥାରେ ପରିଚାଳିତ ହେଉଥିବା ଅଭିଯୋଗ କରିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ପଞ୍ଚଦଶ ସମିତି ବୈଠକକୁ ରଦ୍ଦ କରିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେଡିର ପରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀରେ ଜବାବ୍ ରଖାଯାଇଛି ହୋଇଥିବା ସମିତି ବୈଠକ ଅଗଣତାନ୍ତ୍ରିକ ନୁହେଁ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମିତି ବୈଠକରେ ଯୋଗ ନଦେବା ଅଗଣତାନ୍ତ୍ରିକ ଓ ଗଣତନ୍ତ୍ରର ହତ୍ୟା ବୋଲି ବିଜେପି କହିଛି। ସମିତି ବୈଠକ ବିବାଦ ଭିତରେ ବେଗୁନିଆପଡାର ବ୍ଲକର ବିଭିନ୍ନ ବ୍ଲକରେ ବନ୍ଦ ରହିଛି ଉନ୍ନୟନ ମୂଳକ କାମ