କନକ ବ୍ୟୁରୋ: ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ । ମୁଖ୍ୟତଃ ୩ଟି ଦିଗ ଉପରେ କରୁଛି ଫୋକସ୍ । ସଡ଼କ ସୁରକ୍ଷା ସହ ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ଉପରେ ରୋକ୍ ଏବଂ ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ କରାଯାଉଛି ।
ଗତକାଲି ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ ରେଡ୍ କରାଯାଇ ଏକ ଶିକ୍ଷାନୁଷ୍ଠାନ ନିକଟରୁ ଜବତ ହୋଇଛି ୪୬ କେଜି ଗଞ୍ଜେଇ । ସେହିପରି ବାଲିଅନ୍ତା ଅଞ୍ଚଳରେ ଚଢାଉ କରାଯାଇ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ । ତେବେ ଏସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି ଏବଂ କେଉଁଠିକୁ ଯାଉଛି ତାହାର ତଦନ୍ତ ଚାଲିଥିବା ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।
ଟ୍ବିନସିଟିରେ ଦିନକୁ ଦିନ ବଢିଚାଲିଛି ନିଶା କାରବାର । ଏଥିପାଇଁ ଘଟୁଛି ଅପରାଧ। ନିକଟ ଅତୀତରେ ରସୁଲଗଡ ନିକଟରେ ସହଦେବ ନାଏକ ନାମକ ବ୍ୟକ୍ତି ତାଙ୍କ ଅଞ୍ଚଳରେ ହେଉଥିବା ନିଶା କାରବାରକୁ ରୋକିବାକୁ ସ୍ବର ଉଠାଇବାରୁ ବିଚ ରାସ୍ତାରେ ଦିନ ଦ୍ବିପହରେ ତାଙ୍କୁ ବିଭତ୍ସ ହତ୍ୟା କରିଥିଲେ ନିଶା ମାଫିଆ। ଏହାପରେ କଡା ହୋଇଛି ପୋଲିସ । ଏସବୁ କାରବାର ରୋକିବାକୁ ଯଥାସାଧ୍ୟ ପ୍ରୟାସ ଚଳାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)