କମିସନରେଟ୍ ପୁଲିସର ଅପରେସନ୍ ପ୍ରହାର ; ନିଶାଡ଼ିଙ୍କୁ ସାବାଡ କରିବାକୁ ଇନଫୋସିଟି ଅଞ୍ଚଳରେ ଚଢ଼ାଉ

କମିସନରେଟ୍ ପୁଲିସର ଅପରେସନ୍ ପ୍ରହାର । ବେଆଇନ୍ ନିଶା କାରବାର ବିରୋଧରେ ଏସଟିଏଫ୍‌ ଚଢ଼ାଉ । ଇନଫୋସିଟି ଅଞ୍ଚଳରେ ଏକ କାଫେରେ ରେଡ୍ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି ସିଗାରେଟ୍

04

କନକ ବ୍ୟୁରୋ: ବେଆଇନ୍ ନିଶା କାରବାର ବିରୋଧରେ କମିସନରେଟ୍ ପୁଲିସ ଜାରି ରଖିଛି ଚଢ଼ା ଉ। ଭୁବନେଶ୍ବର ଓ କଟକର ବିଭିନ୍ନ ଦୋକାନ, ଛକ ଛକରେ ଚଢ଼ାଉ ହେଉଛି । ଏହି କ୍ରମରେ ଗତକାଲି ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଏକ କାଫେରେ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀ ଅତର୍କିତ ଚଢ଼ାଉ କରିଥିଲେ । ଏହି ସମୟରେ ସିଗାରେଟ୍ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି ହେଉଥିଲା ଏବଂ ଲୋକେ ମଧ୍ୟ ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣୁଥିଲେ । ୨ ଜଣ ଦୋକାନୀଙ୍କୁ ଏସଟିଏଫ୍ ଗିରଫ କରିଛି। 

  ଏବେ କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ବରଂ ସାରା ରାଜ୍ୟରେ ନିଶା ବେପାରୀ ଜାଲ ବିଛାଇ ସାରିଲେଣି । ରାଜ୍ୟ ବାହାରୁ ରାଜ୍ୟକୁ ଏସବୁ ନିଶା ଆସୁଛି । ଏଠାରେ ଶିକ୍ଷାନୁଷ୍ଠାନ ତଥା ଯୁବ ସମାଜକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହେଉଛି । ନିକଟରେ ପୁରୀରେ ଖୋଦ୍ ଏସପି ପ୍ରତୀକ ସିଂ ନିଶା ବେପାର ବିରୋଧରେ ଅଭିଯାନ ଚଳାଇଛନ୍ତି ସାଙ୍ଗରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ମଝି ରାତିରେ ପୁରୀର ଗଳିକନ୍ଦି ଖୁରୁ ବୁଲିଛନ୍ତି । ନିଶାଡ଼ିଙ୍କୁ ତାଗିଦ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe