ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ୍ ପୁଲିସର ଜିରୋ ଟଲେରାନ୍ସ ନୀତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୁଲିସ ଓ ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୁଲିସ । ଯଦି ଲୋକଙ୍କୁ କୌଣସୁ ଅସୁବିଧା ହୁଏ, ତେବେ ବନ୍ଧା ହେବେ ଉତ୍ପାତତ୍କାରୀ ।

Advertisment

ଏହାସହ ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ ଓ ସାରା ସହାରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ।