ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଫଟୋ ଜାରି କଲା କମିସନରେଟ୍‌ ପୁଲିସ, ସପ୍ତାହେ ହେବ ଅଛନ୍ତି ନିଖୋଜ

ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କାର ପୁରସ୍କାର ।

ଲାଗିଲା ନିଖୋଜ କନଷ୍ଟେବଳଙ୍କ ପୋଷ୍ଟର

ଲାଗିଲା ନିଖୋଜ କନଷ୍ଟେବଳଙ୍କ ପୋଷ୍ଟର Photograph: (KanakNews)

କନକ ବ୍ୟୁରୋ:  ଭୁବନେଶ୍ୱରରୁ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଫଟୋ ଜାରି କଲା କମିସନରେଟ୍‌ ପୁଲିସ । ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ। ତାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି ଶୁଭମିତ୍ରା । ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ୬ ତାରିଖ ସକାଳୁ ସେ ଡ୍ୟୁଟି ଯିବା ପାଇଁ ଘରୁ ଯାଇଥିଲେ। ତାଙ୍କ ଡ୍ୟୁଟି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା। କିନ୍ତୁ ଡ୍ୟୁଟି ପରେ ସେ ଘରକୁ ଫେରିନଥିଲେ । ଏପର୍ଯ୍ୟନ୍ତ ତାଙ୍କ ଖବର ମିଳିନଥିବାରୁ ପୋଷ୍ଟର ଲଗାଇଛି କମିସନରେଟ୍‌ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe