କନକ ବ୍ୟୁରୋ: ଭୁବନେଶ୍ୱରରୁ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଫଟୋ ଜାରି କଲା କମିସନରେଟ୍ ପୁଲିସ । ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ। ତାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।
କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି ଶୁଭମିତ୍ରା । ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ୬ ତାରିଖ ସକାଳୁ ସେ ଡ୍ୟୁଟି ଯିବା ପାଇଁ ଘରୁ ଯାଇଥିଲେ। ତାଙ୍କ ଡ୍ୟୁଟି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା। କିନ୍ତୁ ଡ୍ୟୁଟି ପରେ ସେ ଘରକୁ ଫେରିନଥିଲେ । ଏପର୍ଯ୍ୟନ୍ତ ତାଙ୍କ ଖବର ମିଳିନଥିବାରୁ ପୋଷ୍ଟର ଲଗାଇଛି କମିସନରେଟ୍ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/traffic-police-2025-09-13-14-07-30.jpg)