କନକ ବ୍ୟୁରୋ : କମିସନରେଟ୍ ପୁଲିସ ହାତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଲୁଟେରା । ଗତ ୨୧ ଜୁଲାଇରେ ଭୁବନେଶ୍ବରରୁ ୨୩୦ ଗ୍ରାମ ସୁନା ଲୁଟିଥିଲେ ଦୁଇ ଅଭିଯୁକ୍ତ ଖୁର୍ସିଦ ଖାନ୍ ଓ ମହମ୍ମଦ ଆରିଫ । ସୁନାକୁ ନେଇ ଦିଲ୍ଲୀ ଫେରାର ମାରିଥିଲେ ଅଭିଯୁକ୍ତ । ତେବେ ଜିଟିଟାଲ ପ୍ରମାଣ ଆଧାରରେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିଥିଲା କମିସନରେଟ୍ ପୁଲିସ । ଅଭିଯୁକ୍ତର ପ୍ରତିଟି ଗତିବିଧି ଉପରେ ନଜର ରଖି ଧରିଥିଲା ପୁଲିସ ।
ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ଅପରେଟ୍ କରୁଥିବା ପୁଲିସ କମିସନର ସୂଚନା ଦେଇଛନ୍ତି । ସମସ୍ତ ସୁନା ଗହଣାକୁ ନେଇ ବିକ୍ରି କରି ଟଙ୍କା ଆଣିଥିଲେ । ସେମାନଙ୍କଠାରୁ ମୋଟ ୧୮ ଲକ୍ଷ ଟଙ୍କା ଜବତ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/03/04-2025-08-03-15-51-43.jpg)