କନକ ବ୍ୟୁରୋ: ପୂଜା ପୂର୍ବରୁ କମିଶନରେଟ ପୁଲିସର ଫ୍ଲାଗମାର୍ଚ୍ଚ। ଆଉ ଅପରାଧୀଙ୍କୁ କଡା ଚେତାବନୀ । ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ରାଜଧାନୀରେ ଫ୍ଲାଗମାର୍ଚ୍ଚ। ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳ, ଝାରପଡା ଗାଁ, ମୁସଲିମ ବସ୍ତି ଭଳି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। କମିଶନରେଟ ପୋଲିସ ସମେତ ଦୁଇ କମ୍ପାନୀ ବିଏସଏଫ୍ ଫୋର୍ସ ମଧ୍ୟ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଫ୍ଲାଗମାର୍ଚ୍ଚ ମାଧ୍ୟମରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି। ଶାନ୍ତିଶୃଙ୍ଖଳାର ସହ ପୂଜାକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି। କୌଣସି ବିଶୃଙ୍ଖଳା ଦେଖାଗଲେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଡିସିପି ପିନାକ ମିଶ୍ର।

Advertisment