କନକ ବ୍ୟୁରୋ: ଜଣେ ଚେନ୍ ଲୁଟେରାକୁ ଧରିଲା ଭୁବନେଶ୍ୱର ଲିଙ୍ଗରାଜ ଥାନା ପୁଲିସ୍। ଏହି ଲୁଟେରା ଜଣକ ଗତମାସ ୩୦ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗରାଜ ଥାନା ଅଂଚଳରେ ଜଣଙ୍କ ଘରକୁ ଆସି ଏକ ସୁନା ଚେନ୍ ଲୁଟିନେଇଥିଲେ। ଜଣେ ବୃଦ୍ଧ ମହିଳାଙ୍କ ଠାରୁ ସୁନାଚେନ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ଏହାସହ ଆଉ କିଛି ଜାଗାରୁ ମଧ୍ୟ ସୁନା ଚେନ୍ ଛିନତାଇରେ ତାର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ପ୍ରଶାନ୍ତ କୁମାର ଦାସ ଓରଫ ଟୁଲୁ ଠାରୁ ୪ଟି ସୁନାଚେନ୍ ଜବତ କରିଛି ପୁଲିସ୍ । ଏହାସହ ଲୁଟେରା ବ୍ୟବହାର କରୁଥିବା ଗୋଟିଏ କାର ମଧ୍ୟ ଜବତ ହୋଇଛି।