କନକ ବ୍ୟୁରୋ; ୨୫୮ ଗାଡ଼ିକୁ ବ୍ଲାକ ଲିଷ୍ଟ କଲା କମିସନରେଟ ପୁଲିସ । ଆଉ ରାସ୍ତାରେ ଗଡ଼ି ପାରିବନି ଏସବୁ ଗାଡି। ରାଜ୍ୟ ପରିବହନ ବିଭାଗକୁ ତାଲିକା ଦେଲା ଟ୍ରାଫିକ ବିଭାଗ। ଏମଭି ଆକ୍ଟ ଆଣ୍ଡ ଏମଭି ରୁଲସରେ ବ୍ଲାକ ଲିଷ୍ଟ ପ୍ରକ୍ରିୟା ଆରମ୍ଭ । ଯେଉଁ ମାନଙ୍କର ଏକାଧିକ ଚାଲାଣ ରହିଥିବ, ସେମାନଙ୍କର ଲିଷ୍ଟରେ ଗାଡ଼ି ନମ୍ବର ରହିଛି । ନିୟମ ଅନୁୟାୟୀ ଫାଇନ କାଟିବାର ୯୦ ଦିନ ଭିତରେ ଗାଡ଼ି ମାଲିକ ଅନଲାଇନରେ ଫାଇନ ଦେଇ ପାରିବେ ।
୯୦ ଦିନ ପରେ କୋର୍ଟରେ ଫାଇନ ଦେବେ । ହେଲେ ଆଦୌ ଫାଇନ ଦେଇନଥିବା ଗାଡିଗୁଡିକୁ ବ୍ଲାକ ଲିଷ୍ଟ କରାଯାଇଛି । ଫାଇନ ଦେଇନଥିବା ୨୫୮ଟି ଗାଡିକୁ ବ୍ଲାକ ଲିଷ୍ଟ କରାଯାଇଛି। ବ୍ଲାକ ଲିଷ୍ଟ ହେବା ଦ୍ବାରା ଗାଡିର RC ରେଜିଷ୍ଟେସନ ରେନ୍ୟୁ ହେବନି, ପଲ୍ୟୁସନ ରେନ୍ୟୁ ହେବନି, ଇନ୍ସୁରାନ୍ସ ବି ହୋଇପାରିବନି। ଫଳରେ ଗାଡିଟି ଆଦୌ ରାସ୍ତାରେ ଚାଲି ପାରିବିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/16/commissionerate-2025-10-16-18-46-20.jpg)