କନକ ବ୍ୟୁରୋ : ଲଭ୍ ଜିହାଦ ମାମଲାର ତଦନ୍ତ ପାଇଁ ଜମ୍ମୁକାଶ୍ମୀର ପୁଲିସ ଯୋଗାଯୋଗରେ କମିଶନରେଟ ପୁଲିସ । ଅଭିଯୁକ୍ତ ସମୀର ଜମ୍ମୁରେ କାମ କରୁଥିବା ସୁରାକ୍ ପାଇଛି ପୁଲିସ । ଲଭ୍ ଜିହାଦ ପ୍ରସଙ୍ଗରେ ଗିରଫ ଅଭିଯୁକ୍ତ ସମୀରର ଘର ବିହାରରେ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ସମୀରଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିବା କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।
କମିଶନରେଟ ପୋଲିସ ବିହାର ଏବଂ କାଶ୍ମୀର ପୋଲିସ ସହ ଯୋଗାଯୋଗରେ ଅଛି । ଅଭିଯୁକ୍ତର ବ୍ୟାକ ଗ୍ରାଉଣ୍ଡ ଯାଞ୍ଚ୍ କରା ଯାଉଥିବା ବେଳେ ସମାନ୍ ଢଙ୍ଗରେ ଆଉ କେଉଁଠି ଅପରାଧ କରିଛି ତାର ଖୋଳତାଡ ଚାଲିଛି । ଏଥି ସହ ତାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଓ ଡିଜିଟାଲ ଆକାଉଣ୍ଟ କୁ ଯାଞ୍ଚ୍ କରା ଯାଉଛି । ଅନ୍ୟ ରାଜ୍ୟରେ ଅଭିଯୁକ୍ତର କିଛି ଅପରାଧିକ ମାମଲା ଅଛି କି ନାହିଁ ତାର ଯାଞ୍ଚ୍ କରୁଛି ପୋଲିସ । ଅନ୍ୟ କେଉଁ ସବୁ ଗ୍ୟାଙ୍ଗ ସହ ସମୀରର ସଂପର୍କ ରହିଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ । ସମୀରର ସୋସିଆଲ ମିଡ଼ିଆ ଆକାଉଣ୍ଟ ମଧ୍ୟ ଯାଂଚ କରାଯାଉଛି ।