କନକ ବ୍ୟୁରୋ : ଭରତପୁର ଥାନା ବିବାଦ ମାମଲା । ମଙ୍ଗଳବାର ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ କମିଶନ । ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି କମିଶନ । ତିନିଜଣ ଆର୍ମ ଅଫିସରଙ୍କ ସମେତ ୪୨ ଜଣ ସାକ୍ଷୀ ଦେଇଛନ୍ତି । ଫେବ୍ରୁଆର ୨୮ ସୁଦ୍ଧା ରିପୋର୍ଟ ଶେଷ ହୋଇ ସାରିଥିଲା । ମାତ୍ର ସାକ୍ଷୀ ଓ ମୁଖ୍ୟ ଅଭିଯୋଗକାରୀଙ୍କ ବଦଳି ପାଇଁ ତଦନ୍ତରେ ସାମାନ୍ୟ ବିଳମ୍ବ ହୋଇଛି । ରିପୋର୍ଟ ପ୍ରସ୍ତୁତ ବେଳେ ଦେଶ ଓ ବିଦେଶ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଇଛି । ରିପୋର୍ଟରେ ସରକାରଙ୍କ ଏସଓପିକୁ କଡାକଡି ଅନୁଶୀଳନ ପାଇଁ ପରାମର୍ଶ ରହିଛି । ତେବେ ସରକାର ରିପୋର୍ଟ କିଭଳି ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।