କନକ ବ୍ୟୁରୋ: ପାର୍ବଣ ପୂର୍ବରୁ କଟକରେ ନିଶା ବେପାରୀ ସକ୍ରିୟ । ଗଳିକନ୍ଦିର ନିଶା କାରବାର । ଗୋଟିଏ ଦିନରେ ସିଡିଏ ଅଞ୍ଚଳରୁ ଦୁଇ ନିଶା ବେପାରୀ ଗିରଫ ହୋଇଛନ୍ତି । ୧୨ ଲକ୍ଷ ଟଙ୍କାରୁ ଅଧିକ ନିଶା ଦ୍ରବ୍ୟ ଜବତ ହୋଇଛି । ସିଡିଏ ସେକ୍ଟର-୬ ଅଞ୍ଚଳରେ ଥିବା ଜନଗହଳିପୂର୍ଣ୍ଣ ଆରଟିଓ ଡ୍ରାଇଭିଙ୍ଗ ସେଣ୍ଟର ସମ୍ମୁଖରୁ ଧରାହୋଇଛି ୬୫ ଗ୍ରାମର ହେରୋଇନ୍, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ହଜାର ଟଙ୍କା । ମର୍କତନଗର ଥାନା ଅଧୀନ ଇମାମ୍ ପଡ଼ା ବସ୍ତିର ରାଜୁ ଜେନା ନାମକ ୩୨ ବର୍ଷିୟ ଯୁବକୁ ଗିରଫ କରିଛି ଅବକାରୀ ବିଭାଗ ।
୧୯୮୫ ଏନଡିପିସି ଆକ୍ଟ ଧାରା ୨୧(ବି) ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲା । ସେପଟେ ସିଡିଏ-୬ ସ୍ଥିତ ନମୁନା ଛକ ଜେପି ନାରାୟଣ ପାର୍କ ନିକଟରୁ ୫୪ ଗ୍ରାମ ବ୍ରାଉନ ସୁଗାର ଜତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୪୦ ହଜାର ଟଙ୍କାରୁ ଅଧିକ ହେବ ।